ସରକାରୀ ବାବୁଙ୍କ ଜମି କେଳେଙ୍କାରୀ

ଚଞ୍ଚକତା କରି ବିଦା ହେଲେ ସରକାରୀ ବାବୁ ବାବୁଆଣୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହାୟକ ସୁବ୍ରତ କୁମାର ବେହେରା।ସରକାରୀ ବାବୁ ଜଣଙ୍କ ଚଞ୍ଚକତା କରି ଜମି କେଳେଙ୍କାରୀରେ ଲିପ୍ତ ରହିଥିବା ନେଇ ଗୁମର ଖୋଲିଥିଲେ ସୂଚନା ଅଧିକାରୀ କର୍ମୀ ବାବୁଲି ସାହୁ । ସରକାରୀ ଦସ୍ତାବିଜରେ ବଡ଼ ହେରେଫେର ହୋଇଥିବା ସେ ସାମ୍ନାକୁ ଆଣିଥିଲେ । ସୁବ୍ରତଙ୍କ ସ୍ତ୍ରୀ ସସ୍ମିତା ନାୟକ ଯିଏକି କାମାକ୍ଷାନଗର ସିଡିପିଓ ଅଫିସରେ କନିଷ୍ଠ ରାଜସ୍ବ ସହାୟକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତେବେ ଉଭୟଙ୍କ ନାମରେ ଅଭିଯୋଗ ଆସିବା ପରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଆଧାର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟେଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି। ଏଥିସହିତ ପରବର୍ତ୍ତୀ ନୋଟିସ ନ ଆସିବା ପର୍ଯ୍ୟନ୍ତ ଷ୍ଟେସନ ଛାଡି ନଯିବାକୁ କୁହାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *