ଭଡ଼ାରେ ସରକାରୀ କ୍ୱାର୍ଟର୍ସ- ମାଷ୍ଟରମାଇଣ୍ଡ କିଏ?

ଭଡ଼ାରେ ଲାଗିଥିଲା ସରକାରୀ କ୍ୱାର୍ଟର୍ସ। ରାଜଧାନୀରେ ସରକାରୀ କ୍ୱାର୍ଟର୍ସ ଜବରଦଖଲକୁ ନେଇ କଡ଼ା ପଦକ୍ଷେପ ନେଇଛି ପ୍ରଶାସନ। ଭୁବନେଶ୍ୱରରେ ୨ଶହରୁ ଅଧିକ ସରକାରୀ କ୍ୱାର୍ଟର୍ସକୁ ମାଡ଼ି ବସିଥିଲେ ଜବରଦଖଲକାରୀ। କିଏ ଭଡ଼ାରେ ରହିଥିଲା ତ କିଏ ମାଡ଼ି ବସିଥିଲା। ଓ୍ୱାଟକୋ, ପିଡବ୍ଲୁଡି, ବିଡିଏ ଏନଫୋର୍ସମେଣ୍ଟ, ଜିଏ ରେଣ୍ଟ, ଟାଟା ପାଓ୍ୱାର ମିଳିତ ଭାବେ ଚଢ଼ାଉ କରି ଖାଲି କରାଯିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ରାଜମହଲ ପାଖରେ ଥିବା ୟୁନିଟ- ଟୁ ରେ ଖାଲି ଥିବା ଅନେକ କ୍ୱାର୍ଟର୍ସକୁ ଜବରଦଖଲ କରି ମାଡ଼ି ବସିଥିଲେ। ଆଉ କିଛି କ୍ୱାର୍ଟର୍ସର ତାଲା ଭାଙ୍ଗି ନିଜେ ରହିବା ସହ ଆଉ କେତେକଙ୍କୁ ଭଡ଼ାରେ ଲଗାଇଦେଇଥିଲେ। ପ୍ରତି ମାସରେ ଭଡ଼ା ନେଉଥିଲେ ଦଲାଲ୍। ୫ ହଜାର ଟଙ୍କା ଯାଏ ଭଡ଼ା ଦେଉଥିଲେ ଲୋକେ। ପ୍ରାୟ ୪୧୦ କ୍ୱାର୍ଟର୍ସରୁ ୨ଶହ କ୍ୱାର୍ଟର୍ସ ଖାଲି ପଡ଼ିଥିଲା ବେଳେ ୯୦ଟି କ୍ୱାର୍ଟର୍ସକୁ ଅନଧିକୃତ ମାଡ଼ି ବସିଥିଲେ ଲୋକେ। ପ୍ରଶାସନିକ ଅଧିକାରୀ ତାଲା ଭାଙ୍ଗି ସିଲ୍ ଲଗାଇଛନ୍ତି। କିଏ ଦୋକାନ, ସିମେଣ୍ଟ ଗୋଦାମ, ଗ୍ରୀଲ୍ ଦୋକାନ ତ କିଏ ଫର୍ଣ୍ଣିଚର ଦୋକାନ କରି ଆଡ୍ଡା ମାରୁଥିଲେ। ଏ ସବୁ କ୍ୱାର୍ଟର୍ସ ଦୀର୍ଘ ଦିନ ହେଲା ବନ୍ଦ ଥିଲା ବେଳେ ଏଠାକୁ ବେଆଇନ ଭାବେ ପାଣି ଓ ବିଜୁଳି ସଂଯୋଗ ହୋଇଥିଲା। ପ୍ରଶାସନ ପହଞ୍ଚି ତାଲା ଭାଙ୍ଗି ନୂଆ ତାଲା ପକାଇଛି। ଜବରଦଖଲକାରୀ ଘର ଛାଡ଼ିବା ପରେ ସିଲ୍ କରିଛି ପ୍ରଶାସନ। ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ କରାଯାଇଛି। ଉଛେଦ ଅଭିଯାନ ଜାରି ସହ ଆଗକୁ ଯେମିତି ଏ ସବୁ କ୍ୱାର୍ଟର୍ସ ଜବରଦଖଲକାରୀଙ୍କ କବଜାକୁ ନଯାଏ, ସେଥିପ୍ରତି ନଜର ରଖାଯିବ ବୋଲି କହିଛି ପ୍ରଶାସନ। ବଡ଼ କଥା ହେଲା, ଏତେ ଦିନ ହେଲା ପ୍ରଶାସନର ନାକ ତଳେ ଏମିତି ଚାଲିଥିବା ବେଳେ ସବୁ ଜାଣି ଅଜଣା ହେବାର ଅଭିନୟର ନିଶାରେ ଝୁଲୁଥିଲେ କି ଏମାନେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *