ଏଣିକି ସରକାର କିଣିବେ ଦଳିତ ଓ ଆଦିବାସୀଙ୍କ ଜମି। ଏଥିଲାଗି ଖୁବ ଶୀଘ୍ର କର୍ପସ ଫଣ୍ଡ ଗଠନ ହେବ। ଏମିତି ହେଲେ କୌଣସି ଧନୀ କି ପ୍ରତିପତ୍ତିଶାଳୀ ଲୋକେ ଚାପ ପକାଇ ଏମାନଙ୍କ ଜମି ହଡ଼ପ କରିପାରିବେନି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ୱ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ ଏସସି ଏସଟି ବିଭାଗର ପ୍ରମୁଖ ସଚିବ, ନିର୍ଦେଶକ, ବିଶେଷଜ୍ଞ ଓ କିଛି ଅଭିଜ୍ଞ ଅଧିକାରୀ ରହିବେ। ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ। ଏହା ସହ ଅନୁସୂଚିତ ଜାତି, ଜନଜାତି ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ଏସସି ଏସଟି ବିଭାଗର ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ। ଝିଅ ବାହାଘର, ଜରୁରୀକାଳୀନ ଚିକିତ୍ସା, ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର କିଣିବେ। ସରକାର ଏ ଜମିକୁ ୨ରୁ ୩ ବର୍ଷ ଯାଏଁ ସୁରକ୍ଷିତ ରଖିବେ। ପରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କଠୁ ସେହି ଜମି କିଣିପାରିବେ। ଯଦି ଜମି ମାଲିକ ଜମି ଫେରସ୍ତ ନେବାକୁ ଚାହିଁବେନି, ତେବେ ସେହି ବର୍ଗର ଲୋକଙ୍କୁ ହିଁ ଜମି ନିଲାମ କରାଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now