କରଞ୍ଜିଆରେ ୧୭ଟିକିଆ ହାତୀ ପଲଙ୍କ ଉପଦ୍ରବ

Spread the love

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗାଁ ପାଖରେ ୧୭ଟିକିଆ ଏକ ହାତୀ ପଲ ବୁଲୁ ଥିବାରୁ ଆଖପାଖ ୨୦ ଗ୍ରାମର ଲୋକେ ଆତଙ୍କିତ ହୋଇପଡିଛନ୍ତି । ନିଆଁହୁଳା ଦେଖାଇ ସେମାନେ ହାତୀକୁ ଜନବସତିରୁ ଜଙ୍ଗଲ ଆଡକୁ ଘଉଡାଇବାକୁ ଉଦ୍ୟମ କରିଛନ୍ତି । ଅନ୍ୟପକ୍ଷରେ ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ହାତୀଙ୍କୁ ଜଙ୍ଗଲ ଆଡକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *