ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

Spread the love

ଭୁବନେଶ୍ୱର : ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଲଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତକ ଜଣକ ହେଲେ ଜେ.କେ. ମିଲନ । ଦୀର୍ଘଦିନ ହେବ ଚିନ୍ତାମଣିଶ୍ୱର ଜେନା କଲୋନୀରେ ରହୁଥିଲେ ।


ଘଟଣା ସ୍ଥଳରେ ଲଷ୍ମୀସାଗର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମିଲନଙ୍କ ଘର ବାଙ୍କୀ ଅଞ୍ଚଳରେ । ସେ ସାକ୍ଷୀଗୋପାଳ ଅଞ୍ଚଳରେ ବିବାହ କରିଥିଲେ । ତେବେ ଦୁଇ ଦିନ ହେବ ଘର କବାଟ ଦିଆହୋଇଥିଲା । ଘରୁ ଦୁର୍ଗନ୍ଧ ହେବାରୁ ପଡିସା ଲୋକଙ୍କ ସନ୍ଦେହ ହୋଇଥିଲା । ଫଳରେ ପୋଲିସ ସହାୟତାରେ ଘର କବାଟ ଭଙ୍ଗାଯିବା ପରେ ମିଲନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

Leave a Reply

Your email address will not be published. Required fields are marked *