ବିଶ୍ବକର୍ମା ପୂଜା: ଚଳ ଚଞ୍ଚଳ ଗାଁରୁ ସହର

Spread the love

ଭୁବନେଶ୍ବର: ଆଜି ପବିତ୍ର ବିଶ୍ୱକର୍ମା ପୂଜା । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେବ ପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ଧୁମ୍ ଧାମରେ ପାଳନ ହେଉଛି ବିଶ୍ୱକର୍ମାପୂଜା । ଶିଳ୍ପ ଅନୁଷ୍ଠାନରୁ ଆରମ୍ଭ କରି ବିଦ୍ୟୁତ କାର୍ଯ୍ୟାଳୟ ଗୁଡିକରେ ପୂଜା ପାଉଛନ୍ତି ବିଶ୍ୱକର୍ମା । ଅନ୍ୟପଟେ ପାରଦ୍ୱୀରରେ ଫିକା ପଡିଛି ଏହି ପୂଜା ।

ପୂଜାକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର । ସମସ୍ତ ଶିଳ୍ପ ତାଲିମ ଅନୁଷ୍ଠାନ, ବିଭିନ୍ନ ସଙ୍ଗଠନ ସହ ସରକାରୀ କାର୍ଯ୍ୟାଳୟ ଗୁଡିକରେ ବିଶ୍ବକର୍ମାଙ୍କ ପୂଜାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି । କରୋନା ପାଇଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ କରାଯାଉଛି ଏହି ପୂଜା । ସେପଟେ ଗଣମାଧ୍ୟମ ସଂସ୍ଥା ନକ୍ଷତ୍ର ନ୍ୟୁଜ ପରିସରରେ ମଧ୍ୟ ପୂଜା ପାଇଛନ୍ତି ପ୍ରଭୁ ବିଶ୍ୱକର୍ମା । ସେପଟେ ବ୍ରହ୍ମପୁରରେ ଆଇଟିଆଇ ଛାତ୍ରଛାତ୍ରୀମାନେ ନିର୍ମାଣ କରିଛନ୍ତି ରୋବଟ ବିଶ୍ଵକର୍ମା ମୂର୍ତ୍ତି । ଏହି ନିଆରା ରୋବଟ ବିଶ୍ଵକର୍ମା ମୂର୍ତ୍ତି ନିର୍ମାଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ।

କିନ୍ତୁ ବିଶ୍ୱକର୍ମା ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ପାରାଦ୍ୱୀପରେ ଚଳିତ ବର୍ଷ ଭିନ୍ନ ରୂପ ଦେଖିବାକୁ ମିଳିଛି । । ଟ୍ରକ ମାଲିକ ସଂଘ  ଓ ପାରାଦ୍ୱୀପ ପୋର୍ଟ କର୍ମଚାରୀଙ୍କ ମଧ୍ୟରେ ତାଳମେଳ ଓ ସମନ୍ୱୟ ଅଭାବରୁ ଚଳିତ ବର୍ଷ ଫିକା ପଡିଛି ବନ୍ଦର ନଗରୀ ପାରାଦ୍ୱୀପରେ ପୂଜା ମାହୋଲ ।

Leave a Reply

Your email address will not be published. Required fields are marked *