ବିଏସକେୱାଇ ନେଇ ଦ୍ୱନ୍ଦ୍ୱର ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ :ଜାରି ରହିଛି ଯୋଜନା

Spread the love

ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ବିଏସକେୱାଇ ଯୋଜନା ଜାରି ରହିଛି କହିଲେ ସ୍ୱାସ୍ଥ୍ୟ ସଚିବ। ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତର ରହିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ଘରୋଇ ହସ୍ପିଟାଲରେ ବିଏସକେୱାଇରେ ଚିକିତ୍ସା ଅର୍ଥ ଆଉ ପାଇବେ ନାହିଁ । କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଗତକାଲି ବିଜେପି ରାଜ୍ୟ ସଭାପତିଙ୍କ ବୟାନ ଏଭଳି ଦ୍ୱନ୍ଦ୍ୱକୁ ବଢାଇଦେଇଥିଲା । ପରେ ଏନେଇ ମନମୋହନ ସ୍ପଷ୍ଟୀକରଣ ରଖିଥିଲେ । କହିଥିଲେ , ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଂଚିତ କରିବା ସାମାଜିକ ଅପରାଧ ।

Leave a Reply

Your email address will not be published. Required fields are marked *