ରାଜ୍ୟପାଳଙ୍କ ଦ୍ୱାରା ‘ଶ୍ରୀଜଗନ୍ନାଥ ମନ୍ଦିର ବେଢା ପରିକ୍ରମା ମନ୍ତ୍ର’ ପୁସ୍ତକ ଉନ୍ମୋଚିତ

Spread the love

ଭୁବନେଶ୍ୱର : ରାଜଭବନଠାରେ ବିଶିଷ୍ଟ ଆଇନ୍‌ଜୀବୀ ତଥା ନୋଟାରୀ ଅଶ୍ୱିନୀ କୁମାର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ଶ୍ରୀଜଗନ୍ନାଥ ମନ୍ଦିର ବେଢା ପରିକ୍ରମା ମନ୍ତ୍ର’ ପୁସ୍ତକର ଦ୍ୱିତୀୟ ଓ ତୃତୀୟ ସଂସ୍କରଣକୁ ମଙ୍ଗଳବାର ମଧ୍ୟାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ, କବି ପଣ୍ଡିତ ଡଃ ପ୍ରବୋଧ କୁମାର ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ‘ଶ୍ରୀଜଗନ୍ନାଥ ମନ୍ଦିର ବେଢା ପରିକ୍ରମା ମନ୍ତ୍ର’ ପୁସ୍ତକର ତଥ୍ୟାବଳୀ ଓ ମନ୍ତ୍ର ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବିଶ୍ୱମାନବର ତଥ୍ୟ ଏବଂ ଗଜପତି ପୁରୁଷୋତ୍ତମ ଦେବଙ୍କ ‘ମୁକ୍ତିଚିନ୍ତାମଣି’ ଗ୍ରନ୍ଥରେ ପ୍ରଦର୍ଶିତ ମାର୍ଗକୁ ପୁନରୁଦ୍ଧାର କରିବାର ପ୍ରୟାସ ଲେଖକ ଶ୍ରୀ ପ୍ରଧାନ ଏହି ପୁସ୍ତକରେ ଉଲ୍ଲେଖ କରିଥିବାରୁ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓଡ଼ିଆ ଭାଷାରେ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *