ବିଲରେ ଜରୁରୀକାଳୀନ ଅବତରଣ

ଭାରତୀୟ ନୈସେନା ଦିବସରେ ନୈସେନା ହେଲିକପ୍ଟର ବିଲ ରେ ଜରୁରୀକାଳୀନ ଅବତରଣ କରିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମରଦା ପଞ୍ଚାୟତ ର ଅମରଦାରେ ବିଲ ଭିତରେ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି । ତେବେ ବିଲରେ ଚାଷୀମାନେ ଧାନ ଫସଲ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ଏକ ହେଲିକପ୍ଟର ବିଲ ମଧ୍ୟରେ ଓହ୍ଲାଇ ବାକୁ ଚେଷ୍ଟା କରୁଛି । ଗୋଟିଏ ବିଲ ଭିତରେ ଓହ୍ଲାଇ ବାକୁ ଚେଷ୍ଟା କରୁଥିବା ବେଳେ ଧାନ କୁଟା ଉଡିବାରୁ  ସେଠାରେ ଅବତରଣ କରି ନପାରି ଅନ୍ୟ ଏକ ଫାଙ୍କା ବିଲ ରେ ଅବତରଣ କରିଥିଲା । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକପ୍ଟର ରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟି କୁ ସୁଧାରି ଥିଲେ । ୪୫ ମିନିଟ ପରେ ପୁଣି ଉଡିବାରେ ସକ୍ଷମ ହୋଇଥିଲା ନୈସେନା ହେଲିକପ୍ଟର । ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ସ୍ଥାନୀୟ ଲୋକେ ନୈସେନା ହେଲିକପ୍ଟର ଦେଖିବାକୁ ଭିଡ଼ ଜମାଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *