ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର ଜାରି

Spread the love

ନୂଆଦିଲ୍ଲୀ /ଭୁବନେଶ୍ୱର : ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ୧୩୯ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି । ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ଏହି ୨୪ ଘଣ୍ଟିଆ ହେଲ୍ପଲାଇନରେ କଲ୍ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବେ । ରେଳବାଇ ଜୋନ୍ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରି ସେମାନେ ଏହି ସୂଚନା ଦେବେ । ଏହି ସେବା ନିରନ୍ତର ଭାବେ ଜାରି ରହିବ ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି : ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ବିତରଣରେ ସହାୟକ ହେବ ।

ରେଳ ହେଲ୍ପଲାଇନ ୧୩୯ର ଉଦ୍ଦେଶ୍ୟ ହେଉଛି ସହାୟତା ଯୋଗାଇ ଦେବା ଏବଂ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା ।

ଏବେ ସୁଦ୍ଧା, ରେଳବାଇ ପକ୍ଷରୁ ୨୮୫ ମାମଲା (୧୧ ମୃତକ, ୫୦ ଗୁରୁତର ଆହତ, ୨୨୪ ସାମାନ୍ୟ ଆହତ)ମାନଙ୍କୁ ୩.୨୨ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦିଆଯାଇଛି । ରେଳବାଇ ୭ଟି ସ୍ଥାନ (ସୋରେ, ଖଡ଼ଗପୁର, ବାଲେଶ୍ୱର, ଖନ୍ତାପଡ଼ା, ଭଦ୍ରକ, କଟକ, ଭୁବନେଶ୍ୱର)ରେ ସହାୟତା ରାଶି ବିତରଣ କରାଯାଉଛି ।

Leave a Reply

Your email address will not be published. Required fields are marked *