ଜୟ କେତେ ଠିକ?

Spread the love

ଭୁବନେଶ୍ୱର: ଜୟ ନାରାୟଣ ମିଶ୍ର ଓ ପୋଲିସ ବିବାଦ ଦିନକୁ ଦିନ ତେଜିବାକୁ ଲାଗିଛି । ଏହି ବିବାଦ ନିଆଁରେ ଘିଅ ଢାଳିଥିବା ଅରୂପଙ୍କୁ ଘେରିବାକୁ ଚେଷ୍ଟା କରିଛି ବିଜେପି । ଏମିତି କି ଅରୂପଙ୍କ ବିରୋଧରେ ପଦଯାତ୍ରା କରି କ୍ୟାପିଟାଲରେ ଥାନାରେ ଏତଲା ଦେଇଛି ଦଳ। ଏପଟେ ବିଜେପି ଦଳରୁ ମଧ୍ୟ ଜୟ ନାରାୟଣଙ୍କ ବିରୋଧରେ ତେଜିଲାଣି ଅସନ୍ତୋଷର ସ୍ୱର ।

କେତେ ଠିକ୍ ଜୟ ନାରାୟଣ । ସମ୍ୱଲପୁରରେ ନେତା-ପୁଲିସ ବିବାଦ ଏବେ ନିଇତି ନୂଆ ମୋଡ଼ ନେବାକୁ ବସିଛି। ଜୟନାରାୟଣଙ୍କୁ  ବିଜେଡି ନେତା ଅରୂପଙ୍କ ପରୋକ୍ଷ ଧମକର ପ୍ରତିଫଳନ ସ୍ୱରୂପ ଅରୁପଙ୍କ ନାଁରେ ବିଜେପି ଥାନାରେ ଏତଲା ଦେଇଛି । ଜୟ ନାରାୟଣଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଧମକ ଥିଓରୀ ଘଟଣାକୁ ଅଧିକ ରୋଚକ କରିଛି। ଯାହାକୁ  ବିଜେପି ବିଧାୟକମାନେ ପ୍ରତିବାଦ କରି  ରାଜଭବନରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଥିଲେ । ଜୟନାରାୟଣଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଏହସହ ସେଠାରୁ ଏକ ପଦଯାତ୍ରା କରି କ୍ୟାପିଟାଲ ଥାନାକୁ ଯାଇ ସେଠାରୁ ଅରୂପଙ୍କ ବିରୋଧରେ ଏଫଆଇଆର ଦେବାସହ ତାଙ୍କର ଗିରଫ ଦାବି କରିଛନ୍ତି । ସେପଟେ ଅରୂପଙ୍କ ଚାକିରି କ୍ୟାରିଅରେ ଅନେକ କଳା ଦାଗ ଥିବା କହି କଟାକ୍ଷ କରିଛନ୍ତି ଜୟ ନାରାୟଣ ।

ଏପଟେ ଦଳ ଭିତରୁ ମଧ୍ୟ ଜୟ ନାରାୟଣଙ୍କୁ ନେଇ ବିରୋଧର ସ୍ୱର ଦେଖିବାକୁ ମିଳିଛି । ଗୁରୁବାର ଭୁବନେଶ୍ୱର ସାଂସଦ ବିରୋଧି ଦଳ ନେତା ଏ ନେଇ ଅନୁତପ୍ତ ଥିବା କହିଥିବା ବେଳେ ଜୟ ନାରାୟଣ ମିଶ୍ର କହିଛନ୍ତି ସାଂସଦ ମାଡାମ କିଛି ନ ବୁଝି ଏପରି ମନ୍ତବ୍ୟ ଦିଅନ୍ତୁ ନାହିଁ । ଏବେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

ସେପଟେ ଉଭୟ ବିଜେପି ଓ ବିଜେଡିର ଯୁବ ଓ ଛାତ୍ରମୋର୍ଚ୍ଚା ଏ ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି। ତିନି ଦିନ ଧରି ପ୍ରତି ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ଆଜିଠୁ ଅଭିଯାନ ଆରମ୍ଭ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ଯୁବମୋର୍ଚ୍ଚା। ଆଉ କାଉଣ୍ଟରରେ ଛାତ୍ର ବିଜେଡି କହିଛି, ଉଭୟ ଜୟନାରାୟଣ ଓ ଇରାଶିଷ ଅଭ୍ୟାସଗତ ଅପରାଧୀ। ଉଭୟ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ଗିରଫ ହୋଇ ଜାମିନରେ। ବିଜେପି ନେତାଙ୍କ ଆଚରଣ ଓ ଉଚ୍ଚାରଣ ସବୁ ଦେଖୁଛନ୍ତି। ଏଭଳି ବିବାଦ ଆଗକୁ କି ମୋଡ଼ ନେଉଛି ଦେଖିବାର କଥା।

ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *