ଜୟପୁର ପିଇଓ ସଂଘ ପକ୍ଷରୁ ଧାରଣା

Spread the love

ଜୟପୁର : ରାଜ୍ୟ ସଂଘର ନିଷ୍ପତି କ୍ରମେ ଜୟପୁର ପଂଚାୟତ ନିର୍ବାହୀ ଅଧିକାରି (ପିଇଓ) ସଂଘ ତରଫରୁ ଜୟପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଠାରୁ ଧାରଣା ଦିଆଯାଇଛି । ସେମାନଙ୍କର ପ୍ରମୁଖ ଦାବି ମଧ୍ୟରେ ରହିଛି ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ଦିଆଯାଉ, ୧୦ ବର୍ଷ ପୁରଣ କରିଥିବା ପିଇଓଙ୍କୁ ଶତ ପ୍ରତିଶତ ଦରମା ଏବଂ ଡିଜିଡିଓକୁ ପଦୋନ୍ନତି କରିବା ।

ଗତ ୩ ତାରିଖରେ ସଂଘ ପକ୍ଷରୁ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ମନୋଜ ନାୟକଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ପୁରଣ ନହେଲେ ସେମାନେ ସମୁହ ଛୁଟିରେ ଯିବେ ଏବଂ ୭ ତାରିଖରୁ ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରି ସଂଘ ଜୟପୁର ବ୍ଲକ ଶାଖା ତରଫରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *