ସେବାଦଳ ସୁଦୃଢ ହେଲେ, କଂଗ୍ରେସ ସୁଦୃଢ ହେବ-ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କା

Spread the love

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆୟୋଜିତ ରାଜ୍ୟ ଉପଦେଷ୍ଟା କମିଟି ବୈଠକରେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ରେଳମନ୍ତ୍ରୀ, କାହ୍ନୁଚରଣ ଲେଙ୍କା କହିଲେ ଯେ, ମୁଁ ସେବାଦଳର ଜଣେ କର୍ମୀ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଥିଲି । କଂଗ୍ରେସ ସେବାଦଳ କଂଗ୍ରେସ ଦଳର ମେରୁଦଣ୍ଡ । ରାଜ୍ୟରେ ଯଦି ସେବାଦଳକୁ ସୁଦୃଢ କରିଦିଆଯିବ, ତେବେ ରାଜ୍ୟରେ କଂଗ୍ରେସ ଦଳ ଆପେ ଆପେ ସୁଦୃଢ ହୋଇଯିବ ।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୁରୁଣା ସେବାଦଳ କର୍ମକର୍ତାଙ୍କୁ ଏକାଠି କରି ନୂତନ କର୍ମୀ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସାଂସଦ, ଅନନ୍ତ ପ୍ରସାଦ ସେଠୀ, ରାଜ୍ୟସ୍ତରୀୟ ସେବାଦଳ ଶିବିର ସେପ୍ଟେମ୍ବର ଶେଷସୁଦ୍ଧା କରିବାକୁ ପରାମର୍ଶ ଦେଇଥିଲେ । ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ସେପ୍ଟେମ୍ବର ୧୬ ତାରିଖରେ କଂଗ୍ରେସ ଭବନଠାରେ ପୁରୁଣା ସେବାଦଳ କର୍ମକର୍ତାଙ୍କର ଏକ ବୈଠକ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *