ଭୁବନେଶ୍ୱର, ୦୮ ମଇ -କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ମହତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ ୫-‘ଟି’ ଉପକ୍ରମରେ ସାମିଲ କରାଯାଇ ଯୋଜନାର ରୂପାୟନକୁ ତ୍ୱରାନ୍ୱିତ କରାଯାଇପାରିଛି । ଏହା ଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନଙ୍କ ଆୟବୃଦ୍ଧି ଘଟିବା ସହିତ ସେମାନେ ଆତ୍ମନିର୍ଭର ହୋଇପାରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ସୋମବାର କୃଷି ଭବନରେ ଆୟୋଜିତ ବୈଠକରେ ୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଭାଗଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ଆୟବୃଦ୍ଧି ଓ ଜୀବିକା ନିର୍ବାହ ଦିଗରେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡ଼ନ୍ତି ସେଥି ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାର୍ଯ୍ୟରେ ଆର୍ôଥକ ସହାୟତା, ଭୂମିହୀନ ପରିବାରର ଫଳପ୍ରଦ ଜୀବିକାନିର୍ବାହ ନିମନ୍ତେ ଆର୍ôଥକ ସହାୟତା, କାଳିଆ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ନିମନ୍ତେ ସରକାରୀ ଶିକ୍ଷାନୁଷ୍ଠାନରେ କାଳିଆ ଛାତ୍ରବୃତି ପ୍ରଦାନ ଆଦି ମୁଖ୍ୟ ଅଙ୍ଗ ହୋଇଥିବାବେଳେ ଏହାକୁ ଅଧିକ ବ୍ୟାପକ କରାଯିବା ପାଇଁ ବିଚାର କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ବୈଠକରେ କାଳିଆ ଯୋଜନା ସଂପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଦିଗରେ ସ୍ୱତନ୍ତ୍ର ‘କାଳିଆ ମାସ’ ପାଳନ କରାଯିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ । ସେହିପରି ୫-‘ଟି’ ଉପକ୍ରମରେ କୃଷି ସହିତ ଆନୁଷଙ୍ଗିକ କୃଷିକାର୍ଯ୍ୟକୁ ସମ୍ମିଳିତ କରି ରାଜ୍ୟର ୩୧୪ଟି ବ୍ଲକ୍ ର ଏକ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଚାଷୀଙ୍କ ଆୟବୃଦ୍ଧି ଦିଗରେ ଫସଲର ବିବିଧିକରଣରେ ଧାନ ବଦଳରେ ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ମାଣ୍ଡିଆ, ଫଳ, ପନିପରିବା ଚାଷକୁ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥି ସହିତ ଅଣଧାନ ଫସଲ, କପା, ଝୋଟ, ଡାଲି, ତୈଳବୀଜ ଓ ମାଣ୍ଡିଆ ଆଦି ରାଜ୍ୟ ସରକାରଙ୍କ ଦ୍ୱାରା ସଂଗ୍ରହ କରାଯାଇ ରାଜ୍ୟର ଚାଷୀଙ୍କ ଅତିରିକ୍ତ ଆୟବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ବଳରାମ ଯୋଜନାରେ ଭୂମିହୀନ ଓ ପ୍ରକୃତ ଭାଗଚାଷୀମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ଆର୍ôଥକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ସେମାନଙ୍କୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ସଂଖ୍ୟାରେ ନିୟୋଜିତ କରିବା ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଛି । ୫-‘ଟି’ ଉପକ୍ରମରେ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷର ପ୍ରସାର ଓ ବ୍ୟବହାର ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଚାଷୀମାନଙ୍କୁ ‘ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ’ ଯୋଗାଇ ଦିଆଯିବା ସହ ରସାୟନିକ ସାର ପ୍ରୟୋଗ ଦିଗରେ ପରାମର୍ଶ ଦିଆଯାଇଛି ।
ଏଥି ସହିତ ବୈଠକରେ ଫାର୍ମପଣ୍ଡ ଯୋଜନା, ବିହନ ପ୍ରତିବଦଳ, ରପ୍ତାନୀ ନିମନ୍ତେ ବାସନା ଓ ଅଣବାସନାଯୁକ୍ତ ଦେଶୀ ଚାଉଳ ଉତ୍ପାଦନ, ଫଳ ଓ ପନିପରିବାରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ, ଚାଷକାର୍ଯ୍ୟରେ ଅଣପାରମ୍ପରିକ ଶକ୍ତି ବ୍ୟବହାର ବୃଦ୍ଧି, କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ସଶକ୍ତିକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ପରିସୀମା ବୃଦ୍ଧି, ଉନ୍ନତ ଧରଣର ଜଳବିଭାଜିକା ପ୍ରକଳ୍ପ ନିର୍ମାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା, ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଚାଷୀଙ୍କୁ ଉପଯୁକ୍ତ କୃଷି କାର୍ଯ୍ୟ ପାଇଁ ପରାମଶଁ ଦେବା, ‘ଆମ କୃଷି’ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଆଦି ୨୩ ଗୋଟି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, କାଳିଆ ଯୋଜନାର ପରାମର୍ଶଦାତା ସାରଦା ପ୍ରସନ୍ନ ଜେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now