ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ପ୍ରେସ ପରିଷଦ ପକ୍ଷରୁ ଉପଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Spread the love

ଘଟଗାଁ : ପୁରୀ ରଥଯାତ୍ରାରେ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ପ୍ରତିବାଦରେ ଗୁରୁବାର ପ୍ରେସ ପରିଷଦ ପକ୍ଷରୁ ଏହାକୁ ଘୋର ନିନ୍ଦା କରିବା ସହିତ ଏଥିରେ ସଂପୃକ୍ତି ଥିବା ଦଇତାପତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଆନନ୍ଦପୁର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ପ୍ରେସ ପରିଷଦ

ସଭାପତି ନିରାକାର ଦଳେଇ । ସଂପାଦକ ହରେକୃଷ୍ଣ ପାତ୍ର, ରତିକାନ୍ତ ସାହୁ, ଗଣେଶ୍ଵର ମହାନ୍ତି, ରଣଜିତ ରଣା, ପଦ୍ମନାଭ ସାହୁ, ଗଦାଧର ମିଶ୍ର, ମୁନାସିଂ, ସୋମନାଥ ମିଶ୍ର, କିରଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *