ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରେ ସର୍ବାଧିକ ୨୫୯.୨ ମି.ମି. ବର୍ଷା ରେକର୍ଡ଼

Spread the love

ଭୁବନେଶ୍ଵର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଜାରୀ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରେ ସର୍ବାଧିକ ୨୫୯.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀରେ ୧୦୬.୦ ମି.ମି., କଟକ ଜିଲ୍ଲାର କଣ୍ଟାପଡ଼ାରେ ୧୦୧.୦ ମି.ମି., ଭଦ୍ରକ ଜିଲ୍ଲାର ତିହିଡ଼ିରେ ୯୭.୦ ମି.ମି., ଢେ଼ଙ୍କାନାଳ ଜିଲ୍ଲାର ଭୁବନରେ ୯୬.୦ ମି.ମି., ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀରେ ୯୩.୦ ମି.ମି., ପୁରୀ ଜିଲ୍ଲାର ପୁରୀରେ ୯୦.୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୮୮.୯ ମି.ମି., ପୁରୀ ଜିଲ୍ଲାର ପିପିଲିରେ ୮୫.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଜଟଣିରେ ୮୫.୦ ମି.ମି. ଏବଂ କଟକ ଜିଲ୍ଲାର କଟକରେ ୮୩.୨ ମି.ମି. ବର୍ଷା ରେକଡର଼୍ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୮୨.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୮୧.୦ ମି.ମି., ବରଗଡ଼ ଜିଲ୍ଲାର ବରପାଲିରେ ୭୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *