କାର୍ଯ୍ୟରେ ଯୋଗଦେବେ ସମନ୍ବିତ ଶିଶୁବିକାଶ ଅଧିକାରିଣୀ

Spread the love

ସାଲେପୁର : ନିଶ୍ଚିନ୍ତକୋଇଲି ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ଏକ ସରକାରୀ ସ୍ତରୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ନିଶ୍ଚିନ୍ତକୋଇଲି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ସରକାରଙ୍କ ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ରୂପେ ସତ୍ୟଭାମା ବିଶୋଇଙ୍କୁ ବିଭାଗୀୟ କାର୍ଯ୍ୟାଦେଶ ଚିଠି ନଂ ୧୧୩୭୬, ତାରିଖ ୦୨.୦୬.୨୦୨୩ ରେ ବିଭାଗୀୟ ନିର୍ଦ୍ଦେଶ ଆସିଛି ।

ପୂର୍ବରୁ ସତ୍ୟଭାମା ବିଶୋଇ କଟକ ଜିଲ୍ଲା ତିଗିରିଆ ପଂଚାୟତ ସମିତିରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ସୂଚନା ଥାଉ କି, ପୂର୍ବରୁ କାର୍ଯ୍ୟରତ ନିଶ୍ଚିନ୍ତକୋଇଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲୀଳାବତି ସେଠୀଙ୍କ ଅବସର ପରେ ଏହି ପଦବୀଟି ଦୀର୍ଘ ଦିନ ହେଲା ଖାଲି ପଡିଥିଲା । ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ଉକ୍ତ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟ ବହନ କରିଆସୁଥିଲେ । ଏହି ପଂଚାୟତ ସମିତି ଅନ୍ତର୍ଗତ ୪୧ ଗୋଟି ପଂଚାୟତରେ ୨୩୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଓ ୨୫ ଗୋଟି ମିନୀ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ କରୁଛି । ଏଠାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଥିବାରୁ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ୯ ଜଣ ସୁପରଭାଇଜରଙ୍କ ସମେତ ପ୍ରତ୍ୟେକ ଅଙ୍ଗନୱାଡି ଓ ମିନୀ ଅଙ୍ଗନୱାଡିରେ କାର୍ଯ୍ୟରତା କର୍ମୀ ଓ ସହାୟିକାଙ୍କ ସମେତ ଛୋଟ ଛୋଟ କୋମଳମତି ଶିଶୁମାନେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ନୂତନ ଭାବେ ସତ୍ୟଭାମା ବିଶୋଇ ନିଶ୍ଚିନ୍ତକୋଇଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଭାବେ ଯୋଗଦେଇଥିବାରୁ ସମସ୍ତ ୯ ଜଣ ସୁପରଭାଇଜର, ସମସ୍ତ ଅଙ୍ଗନୱାଡିକେନ୍ଦ୍ର ଓ ମିନୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀ, ସହାୟିକା ଓ କୋମଳମତି ଶିଶୁମାନଙ୍କ ମଧ୍ୟରେ ନୂତନ ସ୍ମୃହା ଜାଗରଣ ହୋଇଛି । ବାକି ରହିଲା କେବେ ସତ୍ୟଭାମା ବିଶୋଇ ନିଶ୍ଚିନ୍ତକୋଇଲି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଭାବେ ଯୋଗଦେବେ ।

Leave a Reply

Your email address will not be published. Required fields are marked *