ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ

Spread the love

ଜଳେଶ୍ବର: ରାଜ୍ୟ ସରକାର ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ  ଓ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିଛନ୍ତି। ହେଲେ ବାଲେଶ୍ୱର ଜଳେଶ୍ୱର ବ୍ଲକ ଅଧିନ କୁଅଁରପୁର ଗାଁରେ ବିଭାଗୀୟ ଯନ୍ତ୍ରୀ ଓ କିଛି ରାଜନେତାଙ୍କ ଅବହେଳା ଯୋଗୁ ନିମ୍ନମାନରେ ନିର୍ମାଣ ହେଉଛି  ଅଙ୍ଗନବାଡି ଗୃହ  । ଯାହାକୁ ବିରୋଧ କରି  ସିଭିଲ କୋର୍ଟରେ ମାମଲା ଥିବାବେଳେ  ମଧ୍ୟ ଅବମାନନା କରାଯାଇ କାମ ଜାରି ରହିଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି ।ଜଳେଶ୍ୱରରୁ ଦେଖିବା ସ୍ୱତନ୍ତ୍ର ରିପୋର୍ଟ ।

ଏ ହେଉଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଅଧିନ କୁଅଁରପୁର ଗାଁ। ଏଠାରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ ଅଙ୍ଗନବାଡି କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏହା ଜେଇଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଏକ ଠିକାଦାରଙ୍କ ଦ୍ୱାରା  ଅଙ୍ଗନବାଡି ନିର୍ମାଣ ଜାରି ରହିଛି । ଅର୍ଥ ହରିଲୁଟ ଆଶାରେ ନିମ୍ନମାନର କାମ ସହ  ଠିକାଦାର ଓ ସ୍ଥାନୀୟ କିଛି ରାଜନେତାଙ୍କ ଅବହେଳା ଯୋଗୁ ଗାଁର ମୁଖ୍ୟ ରାସ୍ତା ଉପରେ ଏହି ଗୃହ ନିର୍ମାଣ ଚାଲିଛି । ଫଳରେ ଯିବା ଆସିବାରେ ବାଧକ ସାଜିବା ସହ ଏଠାକୁ ପଢିବାକୁ ଆସୁଥିବା ପିଲାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି କୋର୍ଟରେ ମାମଲା ଥିବାବେଳେ ସେପଟେ ଜେଇ  କାମ ଜାରି ରଖିଛନ୍ତି । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

ସେପଟେ ନୂତନ ଭାବରେ ଆସିଥିବା  ବିଭାଗୀୟ ଜେଇ ଓ ବ୍ଲକ  କାର୍ଯ୍ୟ ନିର୍ବାହୀ ଅଧିକାରୀ କୋର୍ଟଙ୍କ ନିର୍ଦେଶକୁ ମାନି ପରିଦର୍ଶନରେ ଯାଇ କାମ ବନ୍ଦ କରିଥିଲେ। ଅନ୍ୟପଟେ ବିଡ଼ିଓ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନ ଥିଲା ବେଳେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ।ତେବେ କି ପଦକ୍ଷେପ ନିଆଯାଉଛି ତାକୁ ହିଁ ଅପେକ୍ଷା।

ପ୍ରଦୀପ କୁମାର ଜେନାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *