ଇସ୍ପାତ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଡୁଙ୍ଗୁରିପାଲି ଷ୍ଟେସନ ଠାରେ ରହଣି କରିବ

Spread the love

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭିଲିରେ ଡୁଙ୍ଗୁରିପାଲି ଷ୍ଟେସନରେ ହାଓଡ଼ା-ଟିଟିଲାଗଡ କଂଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଏବଂ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ସୁବିଧା ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି ।

୨୨୮୬୧/୨୨୮୬୨ ହାଓଡ଼ା-କାଂଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ଦିଗରୁ ଜୁନ୍ ୨ ତାରିଖ ଠାରୁ ଡୁଙ୍ଗୁରିପାଲି ଷ୍ଟେସନରେ ଅତିରିକ୍ତ ରହଣି କରିବ । ସେହିଭଳି, ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଜୁନ୍ ୩ ତାରିଖ ଠାରୁ ହାଓଡ଼ରୁ ଏବଂ ଟିଟିଲାଗଡରୁ ୪ ଜୁନ୍ ଠାରୁ ଡୁଙ୍ଗୁରିପାଲି ଷ୍ଟେସନରେ ରହଣି କରିବ । ହାଓଡ଼ାରୁ ଏହି ଟ୍ରେନ୍ ସନ୍ଧ୍ୟା ୦୫ଘ.୧୮ମି.ରେ ଡୁଙ୍ଗୁରିପାଲିରେ ପହଞ୍ଚିବ ଏବଂ ସନ୍ଧ୍ୟା ୦୫ଘ.୨୦ମି.ରେ ଛାଡିବ । ଫେରିବା ମାର୍ଗରେ କାଂଟାବାଞ୍ଜୀ ଟିଟିଲାଗଡରୁ ଏହି ଟ୍ରେନ ଡୁଙ୍ଗୁରିପାଲିରେ ସକାଳ ୦୬ଘ.୫୦ମି.ରେ ପହଞ୍ଚିବ ଏବଂ ୦୬ଘ.୫୨ମି.ରେ ଛାଡିବ ।

ସେହିପରି ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ ଜୁନ୍ ପହିଲା ଠାରୁ ଏବଂ ଦୁର୍ଗରୁ ୨ ଜୁନ୍ ୨୦୨୩ ଠାରୁ ଡୁଙ୍ଗୁରିପାଲି ଷ୍ଟେସନରେ ରହଣି କରିବ । ପୁରୀରୁ ଏହି ଟ୍ରେନ୍ ଡୁଙ୍ଗୁରିପାଲିରେ ଭୋର ୦୩ଘ.୪୫ମି.ରେ ପହଂଚିବ ଏବଂଭୋର ୦୩ଘ.୪୭ମି.ରେ ଛାଡିବ । ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଡୁଙ୍ଗୁରିପାଲିରେ ରାତ୍ରି ୧୦ଘ.୪୮ମି.ରେ ପହଂଚିବ ଏବଂ ରାତ୍ରି ୧୦ଘ.୫୦ମି.ରେ ଛାଡିବ ।

୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ରାଉରକେଲାରୁ ୩ ଜୁନ୍ ଠାରୁ ଏବଂ ଗୁଣୁପୁରରୁ ୪ ଜୁନ୍ ଠାରୁ କୁହୁଡ଼ି ଷ୍ଟେସନରେ ରହଣି କରିବ । ରାଉରକେଲା ଠାରୁ ଏହି ଟ୍ରେନ୍ ସକାଳ ୦୭ଘ.୨୨ମି.ରେ କୁହୁଡ଼ିରେ ପହଞ୍ଚିବ ଏବଂ ସକାଳ ୦୭ଘ.୨୪ମି.ରେ ଛାଡିବ । ଫେରିବା ମାର୍ଗରେ ଗୁଣୁପୁରରୁ ଏହି ଟ୍ରେନ୍ କୁହୁଡ଼ିରେ ରାତ୍ରି ୦୮ଘ.୪୧ମି.ରେ ପହଂଚିବ ଏବଂ ରାତ୍ରି ୦୮ଘ.୪୩ମି.ରେ ଛାଡିବ ।

୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଉଭୟ ଦିଗରୁ ୪ ଜୁନ୍ ୨୦୨୩ ଠାରୁ ମେଂଚଶ୍ୱର ଷ୍ଟେସନରେ ଅତିରିକ୍ତ ରହଣି କରିବ । ପୁରୀରୁ ଏହି ଟ୍ରେନ୍ ରାତ୍ରି ୦୮ଘ.୪୨ମି.ରେ ମେଞ୍ଚଶ୍ୱରରେ ପହଞ୍ଚିବ ଏବଂ ରାତ୍ରି ୦୮ଘ.୪୪ମି.ରେ ଛାଡିବ । ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ମେଞ୍ଚଶ୍ୱରରେ ସକାଳ ୦୬ଘ.୫୫ମି.ରେ ପହଂଚିବ ଏବଂ ସକାଳ ୦୬ଘ.୫୭ମି.ରେ ଛାଡିବ ।

Leave a Reply

Your email address will not be published. Required fields are marked *