ଅସହାୟ ଜଗନ୍ନାଥଙ୍କ ପାଇଁ ଅର୍ଥ ସାଜିଛି ବାଧକ

Spread the love

କେନ୍ଦ୍ରାପଡ଼ା: ଜନ୍ମରୁ ନାହିଁ ପାଦ । ହେଲେ ପାଠ ପଢିବା ପାଇଁ ରହିଛି ଅଦମ୍ୟ ଇଚ୍ଛା।  କୋଚିଂ ନେବା ପାଇଁ ମଧ୍ୟ ଅର୍ଥ ବାଧକ ସାଜିଛି ।

ଗୋଡ଼ର ଅସହ୍ୟ ଯନ୍ତ୍ରଣା ପରେ ବି ପାଠ ପଢିବା ପାଇଁ ରହିଛି ଅନେକ ଇଚ୍ଛା ।  ପ୍ଲାଷ୍ଟିକ ଗୋଡ଼ ଲଗାଇଲେ ବି ଚାଲିବା କଷ୍ଟ ହୋଇପଡିଛି । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗାଁର ଜଗନ୍ନାଥ ସାହୁଙ୍କ କଥା । ପାଠ ପଢି ଅଧ୍ୟାପକ ହେବାପାଇଁ ଇଛା ରହିଛି ଜଗନ୍ନାଥଙ୍କର । ହେଲେ ଜନ୍ମରୁ ଦୁଇ ଗୋଡ଼ର ପାଦ ନାହିଁ । ଡାହାଣ ଗୋଡ଼ର ଶେଷ ଅଂଶ ସଂକ୍ରମଣ ହେବାରୁ ଡାକ୍ତର ସଂକ୍ରମିତ ଅଂଶକୁ କାଟିଥିଲେ । ହେଲେ ଗୋଡ ଘାଆ ଶୁଖି ନଥିଲା। ବାରମ୍ବାର ଅସ୍ତ୍ରୋପ୍ରଚାର ଫଳରେ ଡାହାଣ ଗୋଡ଼ ଆଣ୍ଠୁ ଉପରେ ପ୍ରଭାବ ପଡିବାରୁ ଗୋଡ଼ଟି ସମ୍ପୂର୍ଣ ଦୁର୍ବଳ ହୋଇ ପଡ଼ିଲାଣି ।

ସେପଟେପାଠ ପଢିବାକୁ ଦୃଢ ଉଚ୍ଛା ଶକ୍ତି ଥିବାରୁ ଏକ ଯାନ୍ତ୍ରିକ ଗାଡ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ବାପା ରାସନ ଦୋକାନୀ ହୋଇଥିବାବେଳେ ପୁଅର ବାରମ୍ବାର ଅସ୍ତ୍ରୋପ୍ରଚାର କରି ଅର୍ଥ ଅଭାବରୁ ତିନି ଚକିଆ ଯାନ୍ତ୍ରିକ ଗାଡି ଟିଏ ପୁଅ ପାଈଁ କିଣିବା ତାଙ୍କ ପାଇଁ ସମ୍ଭବ ହେଉନି । ପୁଅକୁ କୋଚିଂ ଦେବାପାଇଁ ମଧ୍ୟ ଅର୍ଥର ଅଭାବ ରହିଛି । ପୁଅର ଇଚ୍ଛାକୁ ପୂରଣ କରିବା ସହାୟତାର ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳଙ୍କୁ ଏବିଷୟରେ ଅବଗତ କରାଇବା ପରେ ଜଗନ୍ନାଥ ସାହୁଙ୍କୁ ସମ୍ପୂର୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲପାଳ ।

ତେବେ ପ୍ରଶାସନର ଦୃଷ୍ଟି ପଡିଲେ ଜଗନ୍ନାଥଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିବ।

ଦିଲ୍ଲୀପ ମହାନ୍ତି

Leave a Reply

Your email address will not be published. Required fields are marked *