ମୋଟରସାଇକେଲ ପୋଡ଼ି ଘଟଣାରେ ବଡ଼ଚଣା ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଏସପିଙ୍କ ଦ୍ୱାରସ୍ଥ

Spread the love

କୋରେଇ : ବଡ଼ଚଣା ଥାନା ଅନ୍ତର୍ଗତ କୁଆଁରପୁର ଗ୍ରାମରେ ଏକ ମୋଟରସାଇକେଲ ପୋଡ଼ି ଘଟଣାକୁ ଦୀର୍ଘ ଏକ ବର୍ଷ ଚାରିମାସ ବିତିଯାଇଥିଲେ ମଧ୍ୟ ବଡ଼ଚଣା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୋଟରସାଇକେଲ ମାଲିକ । ସୂଚନା ମୁତାବକ ଗତ ୨୦୨୨ ମସିହା ଫେବୃଆରୀ ମାସ ୨୯ ତାରିଖ ଦିନ ବିଳମ୍ବିତ ରାତିରେ କୁଆଁରପୁର ଗ୍ରାମର ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ମୋଟରସାଇକେଲ କୁ କୌଣସି ଦୁର୍ବୃତ ନିଆଁ ପୋଡ଼ି ଦେଇଥିଲେ । ଏନେଇ ପ୍ରଶନ୍ନ ଫେବୃଆରୀ ୩୧ ତାରିଖ ଦିନ ବଡ଼ଚଣା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା । ଫଳରେ ପ୍ରଶନ୍ନ ଏନେଇ ପୁଲିସ ବିଭାଗ ର ଉପରିସ୍ଥ ଅଧିକାରୀଙ୍କୁ ଭେଟିସାରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଫଳରେ ଆଜି ପ୍ରଶନ୍ନ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *