ଭଗବାନପୁର-ନାଳକୂଳ କେଲୁଅ ସେତୁ ବିପଦରେ

Spread the love

ଧର୍ମଶାଳା : ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଭଗବାନପୁର-ନାଳକୂଳ ନିକଟରେ କେଲୁଅ ନଦୀ ଉପରେ ସେତୁ ନିର୍ମାଣ କରାଯାଇଛି । ଏବେ ଏହି ସେତୁ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି । ସ୍ଥାୟୀ ମରାମତି ଅଭାବରୁ ସେତୁ ଉପର କଂକ୍ରିଟ ବହୁ ସ୍ଥାନରେ ଉଠି ଗଲାଣି । ଫଳରେ ସେତୁ ଦେଇ ଯାତାୟତ କରୁଥିବା ଶହଶହ ଜନସାଧାରଣ ଏହି ସେତୁ ଉପରେ ଯିବାକୁ ଉଚିତ ମଣୁ ନାହାନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏହି ଦୃବଳ ସେତୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଧର୍ମଶାଳା,ବଡଚଣା,ରସୁଲପୁର ଓ ବରୀ ବ୍ଲକର ୨୦ଗୋଟି ପଞ୍ଚାୟତର ଦୈନିକ ଶହଶହ ଲୋକେ ସଦରମହକୁମାକୁ ଯିବା ଲାଗି ଏହି କେଲୁଅ ନଦୀରେ ଡଙ୍ଗାରେ ପାର ହୋଇ ଯାତାୟତ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ବିଜୁ ସେତୁ ନିର୍ମାଣ କରାଯାଇଥିଲା । ହେଲେ ସେତୁକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଜାରକା ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ମରାମତି କରା ନ ଯିବା ଫଳରେ ସେତୁ ଉପରୁ ଏବେ ବହୁ ସ୍ଥାନରେ କଂକ୍ରିଟ ଉଠିଗଲାଣି । ଏବେ ସେତୁର ସ୍ଥାୟୀତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ରାତି ସମୟରେ ସାଇକେଲ ଓ ବାଇକ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଏହି କଥାକୁ ଗୁରୁତ୍ୱ ଦେଉ ନଥିବା ଅଞ୍ଚଳବାସୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ନିକଟରେ ଏହି ସେତୁ ମରାମତି କରା ନ ଗଲେ ଖୁବ ଅଳ୍ପ ଦିନରେ ଏହି ସେତୁ ଭୁଷୁଡି ଯିବାର ଆଶଙ୍କା ଦେଖା ଦେଇଛି । ଯାହାକୁ ଜିଲା ପ୍ରଶାସନ ତୁରନ୍ତ ଏହି ସେତୁ ପ୍ରତି ଦୃଷ୍ଟି ଦେଇ ମରାମତି କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *