ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ : ଭାଜପା ଛାଡିଲେ ନେତା ଓ କର୍ମୀ

Spread the love

ଧର୍ମଶାଳା : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଆଜି ଭାଜାପାର ଅନେକ ନେତା ଓ କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଫଳରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଜାରାକାସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜେଡି ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବରେ ୧୫ ନଂ ଜୋନ ଅନ୍ତର୍ଗତ ଦେଓଦା ଓ ଅରେଇକଣା ପଞ୍ଚାୟତର ବିଜେପି ନେତା ଓ କର୍ମୀମାନେ ଭାଜାପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଧନଞ୍ଜୟ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ,ଜ୍ୟୋତି ରଂଜନ ପଣ୍ଡା,ଅକ୍ଷୟ ସ୍ୱାଇଁ,ପ୍ରମୋଦ ସ୍ୱାଇଁ,ସଞ୍ଜୀବ ସ୍ୱାଇଁ, ପ୍ରଦୀପ ତରାଇ,ପିତାମ୍ବର ସ୍ୱାଇଁ, ପ୍ରକାଶ ତରାଇ, ନାରଣ ତରାଇ, ଧୁନୁଦ୍ଧର ରାୟ, ଧୁଳେଶ୍ୱର ମଲିକ, ବିଭୂତି ବିଶ୍ୱାଳ, ପ୍ରତାପ ରାୟ, ନନ୍ଦ କିଶୋର ତରାଇ ଓ ସରୋଜ ରାୟ ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ । ଧର୍ମଶାଳା ବିଧାୟକ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ୧୪ ନଂ ଜୋନ ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି,ଅମରେନ୍ଦ୍ର ରାୟ,ବିକାଶ ରଞ୍ଜନ ବେହେରା,ଦେଓଦା ପଞ୍ଚାୟତ ବିଜେଡି ସଭାପତି ନିତ୍ୟାନନ୍ଦ ସାହୁ,ସମିତିସଭ୍ୟ ଅନନ୍ତ ତରାଇ, ଅରେଇକଣା ସରପଞ୍ଚ ସଞ୍ଜୟ ରାୟ,ଯୁବନେତା ପ୍ରସନ୍ନ ରାଉତ,ପ୍ରମୋଦ ବରାଳ ଓ ଆଲୋକ ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *