ଗଛରେ ରଶୀ ଲଗାଇ ମାନସିକ ବିକୃତ ଯୁବକଙ୍କ ଆତ୍ମହତ୍ୟା

Spread the love

କୋରେଇ : ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତର କୁନିନ୍ଦା ଗ୍ରାମର କଳ୍ପତରୁ ଜେନାଙ୍କ ପୁଅ ବଳରାମ (୩୦) ଗତକାଲି ପାଣିକୋଇଲି ଥାନା ଅଧିନସ୍ଥ ନମିଟିକିରୀ ନିକଟରେ ଥିବା ଏକ ଗଛରେ ଗାମୁଛା ସାହାଯ୍ୟରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବଳରାମ ଜଣେ ମାନସିକ ବିକୃତ ଯୁବକ ଥିବା ବେଳେ ଗତକାଲି ସକାଳୁ ସେ ଘରେ କାହାରିକୁ କିଛି ନକହି ଚାଲି ଆସିଥିଲେ । ତେବେ ଏକ ଯୁବକ ରଶୀ ଲଗାଇ ଆତ୍ମହତ୍ୟା କରିଛି ବୋଲି ସକାଳୁ ପ୍ରଚାରିତ ହେବା ସହିତ ଆତ୍ମହତ୍ୟାର ଫଟୋ ଓ ଭିଡ଼ିଓ ମୋବଇଲରେ ଭାଇରାଲ ହୋଇଥିଳା । ଖବର ପାଇ ପାଣିକୋଇଲି ଥାନାର ସବଇନିସପେକ୍ଟର ପ୍ରକାଶ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ମୃତ ବ୍ୟକ୍ତିର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏ ସଂକ୍ରାନ୍ତରେ ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ କ୍ରମେ ପାଣିକୋଇଲି ପୁଲିସ ଏକ ଅପମୃତ୍ୟୁ ମାମଲା ୧୮/୨୩ ଋଜୁ କରିଛି ।

Leave a Reply

Your email address will not be published. Required fields are marked *