ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୁଲିସ ର ନୀରବତା ନେଇ ଓଡିଶା କୃଷକ ମଂଚ ପକ୍ଷରୁ ଏସପି ଙ୍କୁ ଦାବିପତ୍ର ପ୍ରଦାନ

Spread the love

କୋରେଇ : ବିଞ୍ଝାରପୁର ଥାନା ଫତେପୁର ଗ୍ରାମରେ କୃଷକନେତା ତଥା ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ର ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ରେ ବିଞ୍ଝାରପୁର ପୁଲିସ ର ନୀରବତା ନେଇ ପ୍ରତିବାଦ କରି ଓଡିଶା କୃଷକ ମଂଚ ପକ୍ଷରୁ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ମୁତାବକ ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ର ମନରେଗା କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ସଂପୃକ୍ତ ବ୍ୟକ୍ତି ମାନେ ତାଙ୍କୁ ନିର୍ଯ୍ୟାତନା ଦେବା ସହିତ ଆକ୍ରମଣ କରିଥିବା ନେଇ ଶ୍ରୀ ପାତ୍ର ବିଞ୍ଝାରପୁର ଥାନା ରେ ଅଭିଯୋଗ କରିଥିଲେ । କିନ୍ତୁ ଏହି ଘଟଣା କୁ ଆଜକୁ ୬ ଦିନ ବିତିଯାଇଥିଲେ ମଧ୍ୟ ବିଞ୍ଝାରପୁର ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେବେ ଏହାର ପ୍ରତିବାଦ ରେ ଆଜି ଓଡିଶା କୃଷକ ମଂଚ ପକ୍ଷରୁ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଆଇନଜୀବୀ ସୁଧୀର ମହାନ୍ତି,ସଂଯୁକ୍ତା ପାଣିଗ୍ରାହୀ,ଓଡିଶା କୃଷକ ମଂଚର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ଜେନା,ସଭାପତି ବସନ୍ତ ପରିଡା,ସମାଜସେବୀ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁଲିସର କାର୍ଯ୍ୟ କଳାପକୁ ଘୋର ନିନ୍ଦା କରିଥିଲେ । ଆଗାମୀ ଦିନରେ ଦାବିପୁରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *