ଫୁଲକଁଅଳେଇ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

Spread the love

ଚମ୍ପୁଆ : ଚମ୍ପୁଆ ବ୍ଲକ ଜଜପଶି ପ଼ଞ୍ଚାୟତ ଅନ୍ତର୍ଗତ ଫୁଲକଁଅଳେଈ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷ ୨୦୨୩ ପାଇଁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୩ ରେ ସମ୍ମାନିତ କରାଯାଇଛି।

ଭୁବନେଶ୍ଵର ଲୋକସେବା ଭବନ ଠାରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ ବାର୍ତା ଦେଇ ସମ୍ବୋଧିତ କରିଥିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ସି.ସି.ଏଫ. ମୁଖ୍ୟ ବନ ସଂରକ୍ଷକ ପ୍ରମୁଖ ଯୋଗଦେଇ ଫୁଲକଁଅଲେଈ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୀବନ କୁମାର ମହାନ୍ତଙ୍କୁ ବ୍ଲକ ସ୍ତରରେ ଶ୍ରେଷ୍ଠ ସର୍ବୋକୃଷ୍ଟ ବିବେଚିତ ହୋଇଥିବାରୁ ପ୍ରମାଣ ପତ୍ର ସହିତ କୋଡିଏ ହଜାର ଟଙ୍କାର ନଗଦ ଚେକ ପ୍ରଦାନ କରିଥିଲେ।

ପ୍ରକୃତି ମିତ୍ର ପୁରସ୍କାର ପାଇବା ଖବର ପ୍ରଚାରିତ ହେବା ପରେ ପ୍ରଧାନଶିକ୍ଷକ ଜୀବନ ମହାନ୍ତଙ୍କ ନିକଟକୁ ବିଦ୍ୟାଳୟ, ଗ୍ରାମ ତଥା ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି। ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନଶିକ୍ଷକ ଜୀବନ ମହାନ୍ତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *