ଜବତ ହୋଇଥିବା ଗୋ-ଚମଡ଼ା ଓ ହାଡ଼କୁ ପୋତାଗଲା

Spread the love

କୋରେଇ : କୋରାଇ-ରଗଡି ରାସ୍ତାରୁ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଗୋ-ଚମଡ଼ା ଓ ହାଡ଼ ବୋଝେଇ ଏକ ୪୦୭ ମିନିଟ୍ରକ ଗାଡ଼ିକୁ ସୋମବାର ସନ୍ଧ୍ୟାରେ ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ଛକ ନିକଟରେ ଉତ୍ୟକ୍ତ ଲୋକ ମାନେ ନିଆଁ ଲଗାଇ ଦେବା ପରେ ପୁଲିସ ଦମକଳ ବାହିନୀ ସାହାଯ୍ୟରେ ନିଆଁ ଲିଭାଇଦିଆଯାଇଥିଲା । ପରେ ଉକ୍ତ ଗାଡ଼ିଟିକୁ ପାଣିକୋଇଲି ଥାନା ନିକଟକୁ ଅଣାଯାଇଥିଲା ପରେ ଏହା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଥିଲା, ଥାନା କିମ୍ଭା ରାଜ ରାସ୍ତାରେ ଜନସାଧାରଣ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡିଥିଲେ।।

ଏହା ପରେ କୋରାଇ ବ୍ଲକ ପ୍ରାଣୀଧନ ଚିକିତ୍ସକ ଦେବାଶୀଷ ଜେନା, ଓ ଭ୍ରାମ୍ୟମାଣ ପ୍ରାଣୀଧନ ଚିକିତ୍ସକ ଡ଼ାକ୍ତର ଚନ୍ଦ୍ରଶେଖର ସେଠିଙ୍କ ସମେତ ପାଣିକୋଇଲି ପଶୁଚିକିତ୍ସା କେନ୍ଦ୍ରର ଏଲଆଇ ମନୋଜ କୁମାର ଦାସ ଜବତ ହୋଇଥିବା ଚମଡ଼ା ଓ ହାଡ଼ର ସାମ୍ପୁଲ କଟକସ୍ଥିତ ଫୋରେସୋନିକ ଲାବୋରାଟୋରୀକୁ ପଠାଇ ଥିଲେ । ଓ ଏହି ଘଟଣାରେ ଦୁଇଟି ମାମଲା ରୁଜୁ ହୋଇ ୫ ଜଣ ବେପାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ୭ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏଥି ସହିତ ସମସ୍ତ ଆଇନଗତ ପକ୍ରିୟା ସରିବା ପରେ ଗତକାଲି ପାଣିକୋଇଲି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପଛପଟେ ଥିବା ପଡ଼ିଆରେ ହାଇଡ୍ର । ଓ ଜେସିବି ସହାୟତାରେ ଗଭୀର ଗାତ ଖୋଳି ଜବତ ହୋଇଥିବା ଚମଡ଼ା ଓ ହାଡ଼ ସବୁକୁ ପୋତାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ପାଣିକୋଇଲି ଥାନାଧିକାରିଣୀ ଲିଜାରାଣୀ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦନ ହୋଇଥିବା ବେଳେ ଥାନାର କନେଷ୍ଟବଳ ମନମୋହନ ବାରିକ, ପାଣିକୋଇଲି ରାଜସ୍ୱ ନିରୀକ୍ଷକ କିଶୋର ପ୍ରଧାନ ପଥରପଦା ରାଜସ୍ୱ ନିରୀକ୍ଷକ ସରୋଜ କୁମାର ମଲ୍ଲିକ ଓ କର୍ମଚାରୀ ସୁବାସ ଚନ୍ଦ୍ର ସାହୁ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *