ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା 

Spread the love

କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ବିଦ୍ୟା କଲେଜର ହତା ଭିତରେଥିବା  ଆଜବେଷ୍ଟସ ଘରେ ଏକ ଶ୍ରମିକ ଗତକାଲି ଅପରାହ୍ନରେ ଫ୍ୟାନରେ ଗାମୁଛା ସାହାଯ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତ ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଧୁଧିଆଣୀ ଗ୍ରାମର ରଘୁନାଥ ବାନସିଂ ଙ୍କ ପୁଅ ସୋନୁ (୩୫)ବୋଲି ଜଣାପଡ଼ିଛି । ଉକ୍ତ ଯୁବକ ତାର ପତ୍ନୀ ଓ ତିନୋଟି ଛୁଆଙ୍କ ସହିତ ଦୁଇ ବର୍ଷ ହେବ ଉକ୍ତ ସ୍ଥାନରେ ରହୁଥିଲା । ତେବେ ପ୍ରତ୍ୟେକ ଦିନ ସେ ମଦ୍ୟପାନ କରି ତାର ସ୍ତ୍ରୀକୁ ମାରଧର କରେ । ତେବେ ଆଜି ମଧ୍ୟ ସକାଳେ ସ୍ୱାମୀ ସ୍ତ୍ରୀ ଗଣ୍ଡଗୋଳ ଲାଗିବା ପରେ ତାର ସ୍ତ୍ରୀ କାମକୁ ପଳାଇ ଯାଇଥିଲା । ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିଲା । ପରେ କଲେଜର ଛାତ୍ର ଛାତ୍ରୀ ମାନେ ଉକ୍ତ ଘର ଭିତରେ କେହି ବେକରେ ଗାମୁଛା ବାନ୍ଧି ଝୁଲିଥିବାର ଝରକା ବାଟେ ଦେଖି କଲେଜର ଅଧ୍ୟକ୍ଷଙ୍କୁ ଜଣାଇଥିଲେ ।  ଅଧ୍ୟକ୍ଷ ଏନେଇ ଗୃହର ମାଲିକ ରମେଶ ଚନ୍ଦ୍ର ରାଉତଙ୍କୁ ଜଣାଇଥିଲେ ।  ଶ୍ରୀ ରାଉତ ଏନେଇ ଥାନାକୁ ଜଣାଇବା ପରେ  ପାଣିକୋଇଲି ଥାନାର ସବଇନିସପେକ୍ଟର ପ୍ରକାଶ ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ସାଇଣ୍ଟିଫିକ ଟିମ ଆସିବାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *