ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ, ଭିତ୍ତି ପ୍ରସ୍ତରର ୩ବର୍ଷ ପରେ ପୁନଃରୁଦ୍ଧାର ହୋଇପାରୁନାହିଁ

Spread the love

ଧର୍ମଶାଳା : ଯାଜପୁର ଜିଲ୍ଲା ବରୀ ଉପଖଣ୍ଡ ଜାରକା ଜଳସମ୍ପଦ ବିଭାଜନ ଅଧିନରେ ଥିବା ବ୍ରାହ୍ମଣୀ ନଦୀ ବନ୍ଧା ମୁଖ୍ୟ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ସାମାନ୍ୟ ବର୍ଷ ହେଲେ ଏହି ନଦୀ ବନ୍ଧ ଉପରେ ଯାତାୟତ କରୁଥିବା ଜନସାଧାରଣ ବିପଦର ସମ୍ମୁଖୀନ ହେଉଛନ୍ତି । ହେଲେ ଏହି ବନ୍ଧ ମରାମତି କାର୍ଯ୍ୟ କେବେ ସରିବ ତାହା ଏବେ ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ ଘେରରେ ରହିଛନ୍ତି । ନଦୀ ବନ୍ଧ ପୁନଃରୁଦ୍ଧାର ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଜନସେଚନ ବିଭାଜନ ଓ ଠିକାଦାରଙ୍କ ମଧ୍ୟରେ ରହିଥିବା ମୁଧୁଚନ୍ଦ୍ରୀକା ଜଳଜଳ ହୋଇ ଦିଶୁଛି । ଅଭିଯୋଗ ମୁତାବକ,ବରୀ ଉପଖଣ୍ଡ ଜନ ସମ୍ପଦ ବିଭାଗ ଜାରକା ବିଭାଜନ ଅଧିନରେ ଥିବା ବ୍ରହ୍ମଣୀ ନଦୀ ବନ୍ଧ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଗଲା କିଛି ଦିନ ପୂର୍ବ ବ୍ରହ୍ମବରଦାଠାରୁ ରୁଦ୍ରପୁର ପର୍ଯ୍ୟନ୍ତ ଯାଇଥିବା ଏହି ନଦୀ ବନ୍ଧରେ ୩ଟି ସ୍ଥାନରେ ଘାଇ ହେବା ସହ ଅନେକ ସ୍ଥାରେ ଘଳିଆ ପଡିଥିଲା । ବନ୍ୟା ହେବା ପରେ ସ୍ଥାନୀୟ ୧୦ ଗୋଟି ପଂଚାୟତର ଜନସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ପରେ ଏହି ନଦୀ ବନ୍ଧର ପୁନଃରୁଦ୍ଧାର ନିମନ୍ତେ ନାବାର୍ଡ ସହାୟତାରେ ବ୍ରହ୍ମବରଦାଠାରୁ ରୁଦ୍ରପୁର ପର୍ଯ୍ୟନ୍ତ କାର୍ଯ୍ୟାଦେଶ ଦିଆଯାଇଥିଲା । ୨୧ା୧ା୨୦୨୧ ମସିହାରେ ପୁନଃରୁଦ୍ଧାର ପାଇଁ ଭିତିପ୍ରସ୍ତର ହୋଇଥିଲା । ହେଲେ ପାଖାପାଖି ୩ ବର୍ଷ ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଏହି ନଦୀ ଅବସ୍ଥାରେ ସୁଧାର ଆସିପାରିନାହିଁ । ଏଠାରେ ଠିକାଦାର ନିଜ ଇଚ୍ଛାମୁତାବକ ମଠରେ କାର୍ଯ୍ୟ କରୁଥିବା ବେଳେ ଏଠାରେ କାର୍ଯ୍ୟ ଆଗେଇ ପାରୁ ନାହିଁ । ଏପରିକି କାର୍ଯ୍ୟାଦେଶର ସୂଚନା ଫଳକ ନଥିବାରୁ ଏହାର ଅବଧି ସମୟ ଲୋକେ ଜାଣିପାରୁ ନାହାନ୍ତି । କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବା ନେଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରୀକା ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ନଦୀ ବନ୍ଧ ରାସ୍ତା ଦେଇ ବ୍ରହ୍ମବରଦା ସମେତ ସାହାପଡା,ବନ୍ଧଡିହ ଓ ରୁଦ୍ରପୁର ଅଞ୍ଚଳର ଜନସାଧାଣଙ୍କ ଏହା ହେଉଛି ମୁଖ୍ୟ ରାସ୍ତା । ଏବେ ରାସ୍ତା ଉପରେ ବର୍ଷା ଜଳ ଜମି ରହିବା ପରେ ବାଇକ ଚାଲକ,ସାଇକେଲ ଚାଳକ ଓ ଚାରି ଚକିଆ ଯାନ ଯିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଯିବା ଫଳରେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍ଥାନୀ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଜିଲା ପ୍ରଶାସନ ଏହି ନଦୀ ବନ୍ଧ ରାସ୍ତା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *