ଉଦଯାପିତ ହେଲା ପ୍ରସିଦ୍ଧ ବରୁଣେଶ୍ୱର ମେଳା

ଉଦଯାପିତ ହେଲା ପ୍ରସିଦ୍ଧ ବରୁଣେଶ୍ୱର ମେଳା। ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ସ୍ଵନକ୍ଷେତ୍ର ଦିବସରେ ବିଞ୍ଝାରପୁର ଅରେଇ ଗ୍ରାମରେ ଆରମ୍ଭ ହୋଇଥିବା ବରୁଣେଶ୍ୱର ମେଳା ଉଦଯାପିତ  ହୋଇଛି। କୁଶଭଦ୍ରା ନଦୀକୁଳରେ ଅବସ୍ଥିତ ବାବା ବରୁଣେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ ଜମିଥିଲା। ଦୀର୍ଘ  ୯ ଦିନ ଧରି ବରୁଣେଶ୍ୱର ମେଳା ପାଇଁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇ ଉଠିଥିଲା । ଚଳିତ ବର୍ଷ ବରୁଣେଶ୍ୱର ମେଳାରେ ୪୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ପଡିଥିଲା । ଏହା ଏକ କୃଷି ଭିତ୍ତିକ ମେଳା ହୋଇଥିବା ବେଳେ ଅରେଇ ପଞ୍ଚାୟତ ସମିତି ଏହି ମେଳା ଆୟୋଜନ କରିଥାଏ ।

୯ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବରୁଣ୍ୱେର ମେଳାରେ ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିସହିତ ପଲ୍ଲିଶ୍ରୀ ମେଳା, ୫ଟି ଅପେରା ସହ ମିନାବଜାରର ମଜା ଉଠାଇଥିଲେ  ଦର୍ଶକ। ବରୁଣେଶ୍ୱର ମେଳା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ ଏହି  ମେଳାର ସ୍ଵତନ୍ତ୍ରତା ହେଉଛି ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ସୌକିନ ସାମଗ୍ରୀ । ଚାଷ କାର୍ଯ୍ୟ ସାରିବା ପରେ ସ୍ଥାନୀୟ ଅଞ୍ଚଳ ର ଲୋକେ ଏହି ଗଣପର୍ବରେ ସାମିଲ ହୋଇଥାନ୍ତି । ସେପଟେ ଲକ୍ଷାଧିକ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ଲକ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁ ବାବାଙ୍କୁ ଦର୍ଶନ କରି କୃପା ଭିକ୍ଷା ସହ ମେଳା ବୁଲିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଆସିଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *