ନିମ୍ନମାନର ରାସ୍ତା ନିର୍ମାଣକୁ ନିର୍ବାହୀ ଯନ୍ତ୍ରୀଙ୍କ ଖଣ୍ଡନ

Spread the love

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ହାତୀବନ୍ଧା ଠାରୁ କିରକିଟା ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରି ଖଡ଼ିଆଳ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଦଳିତ ଅଧିକାରମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ହାତୀବନ୍ଧା ଠାରୁ କିରକିଟା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ଗତ ସେପ୍ଟେମ୍ବର ୨୦୨୨ରେ ସରିଥିବା ସୂଚନା ଫଳକରୁ ଜଣାପଡ଼ୁଛି । ସାତ କିଲୋମିଟର ତିନିଶହ ନବେ ମିଟର ଦୀର୍ଘ ଲମ୍ବ ଏହି ରାସ୍ତାର ଅଟକଳ ମୂଲ୍ୟ ପ୍ରାୟ ୩୭୨.୫୨ ଲକ୍ଷ ଟଙ୍କା ଅଟେ । ରାସ୍ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ୧୩୩.୮୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ଯାହାକି ଆସନ୍ତା ସେପ୍ଟେମ୍ବର ୨୦୨୩ ପରେ ଖର୍ଚ୍ଚ ହେବା କଥା । ମାତ୍ର ରାସ୍ତା କାମର ଏକ ମାସ ପୂର୍ଣ୍ଣ ନହେଉଣୁ ରାସ୍ତାର ପିଚୁ ଉପୁଡ଼ି ଯାଉଥିବା ଅଭିଯୋଗ ହୋଇଥିଲା । ଏହି ରାସ୍ତାକାମରେ ଦୁର୍ନୀତି ହୋଇଥିବା ମଞ୍ଚ ଅଭିଯୋଗ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପାଇବା ପରେ ତୁରନ୍ତ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ମୁଣ୍ଡା ଘଟଣାସ୍ଥଳକୁ ଯାଇ ରାସ୍ତା କାର୍ଯ୍ୟକୁ ଖନନ କରିଥିଲେ । ଖନନ କଳା ବେଳକୁ ସରକାରଙ୍କ ନିୟମ ଅନୁସାରେ ୨୫ ଏମଏମ ପିଚୁ ସ୍ଥାନରେ ୩୦ ଏମଏମ ପିଚୁ ପକା ଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ମେଟାଲିଂ ୩ ଇଞ୍ଚ କରିବା ସ୍ଥାନରେ ୫ ଇଞ୍ଚ ବାହାରିଥିଲା । ଏହାକୁ ଦେଖି ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ମୁଣ୍ଡା କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ହୋଇନଥିବା ପ୍ରକାଶ କରିଥିଲେ । ଯେଉଁ ୨୦୦ ମିଟର ପିଚୁ ବାହାରି ଯାଇଛି ତାକୁ ବର୍ଷା କମିଲେ ପୁଣି ଥରେ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ସୂଚନା ଥାଉକି, ପିଚୁ ହେବା ସମୟରେ ଏହି ରାସ୍ତାରେ ୨୨ ଟନର ଭାରିଯାନ ଯାତାୟାତ କରିଥିବା ଏବଂ ବର୍ଷା ହେବାରୁ ରାସ୍ତାର କିଛି ସ୍ଥାନରେ ପିଚୁ ଉପୁଡିଥିବା ସେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *