ଟ୍ରେନରେ ଯାଉଥିବା ବେଳେ ଅସୁସ୍ଥ ହୋଇପଡିଲେ ଝାଡ଼ଖଣ୍ଡ ମହେଶପୁର ବିଧାୟକ ଷ୍ଟିଫେନ୍ ମାରାଣ୍ଡି, କଡା ସୁରକ୍ଷା ବଳୟରେ ବୁର୍ଲା ସ୍ଥାନାନ୍ତର

Spread the love

ବଲାଙ୍ଗିର : ଟ୍ରେନରେ ଯାଉଥିବା ବେଳେ ଗତ ରାତିରେ ଅସୁସ୍ଥ ହୋଇପଡିଲେ ଝାଡ଼ଖଣ୍ଡ ରାଜ୍ୟ ମହେଶପୁର ବିଧାୟକ ତଥା ଜେଏମଏମର ପୂର୍ବତନ ନେତା ଷ୍ଟିଫେନ ମାରାଣ୍ଡି। ତୁରନ୍ତ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ(ବିବିଏମସିଏଚ) ରେ ଭର୍ତି କରାଯାଇଥିଲା। ହେଲେ ପରେ ଅଧିକ ଚିକିତ୍ସା ପାଇଁ କଡା ସୁରକ୍ଷା ବଳୟରେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।

ଶ୍ରୀ ମାରାଣ୍ଡି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାମିଲନାଡୁର ଭେଲୋର ଯାଇଥିବା ବେଳେ ଗତକାଲି ସେ ରେଳ ଯୋଗେ ଝାଡ଼ଖଣ୍ଡ ଫରୁଥିଲେ । ହେଲେ ରେଳରେ ଯାତ୍ରା କରୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ। ଫଳରେ ବଲାଙ୍ଗିର ରେଳ ଜଙ୍କସନ ଠାରେ ତାଙ୍କୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଆଉ ଆରପିଏଫର କଡ଼ା ସୁରକ୍ଷା ବଳୟରେ ତାଙ୍କୁ ବିବିଏମସିଏଚକୁ ଅଣାଯାଇଥିଲା । ସେଠାରେ ଜରୁରୀକାଳୀନ କକ୍ଷରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ ଡାକ୍ତରମାନେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ଉପରେ ଡାକ୍ତର ନଜର ରଖିଥିଲେ। ଖବର ପାଇ ବଲାଙ୍ଗିର ଏ.ଡି.ଏମ୍ ଲମ୍ବୋଦର ଧରୁଆ, ହସ୍ପିଟାଲ୍ ଅଧିକ୍ଷିକା ଡାକ୍ତର ମାନସୀ ପଣ୍ଡା, ଟାଉନ ଆଇଆଇସି ବିଶ୍ବଜିତ ମନୋବଧଙ୍କ ସମେତ ଅନ୍ୟ ଅଧିକାରୀ ଓ ହସ୍ପିଟାଲର କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *