ଓଡ଼ିଶାଜାତୀୟ

ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ

ଯାହା ଇଣ୍ଟରନେଟରେ ମିଳିଲାନି ତାକୁ ପୁସ୍ତକର ରୂପ ଦେଲେ କୁନି ଝିଅ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କୌଣସି ପ୍ରେରଣା ଠାରୁ ବି କମ୍ ନୁହେଁ । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀଙ୍କୁ ଏନଡିଏ ଠାରୁ ବିରୋଧୀ ଦଳଗୁଡିକ ସମର୍ଥନ କରିବାକୁ ଘୋଷଣା କରିଥିଲେ । ଏବେ ଦ୍ରୌପଦୀଙ୍କ ଜୀବନୀକୁ ନେଇ ଗୁଜୁରାଟ ସୁରଟର କୁନୀ ଝିଅ ଭାବିକା ମହାଶ୍ବରୀ ଏମିତି ପ୍ରଭାବିତ ହୋଇଛନ୍ତି କି ତାଙ୍କ ଉପରେ ଏକ ପୁସ୍ତକ ଲେଖିଛନ୍ତି । ଅତି ସରଳ ଭାଷାରେ ଦ୍ରୌପଦୀଙ୍କ ଜୀବନ ସମ୍ବନ୍ଧରେ ଲେଖିଛନ୍ତି କୁନି ଝିଅଟି। ଦ୍ରୌପଦୀଙ୍କ ସଙ୍ଘର୍ଷରୁ ଶିଖରେ ପହଞ୍ଚିବା ପର୍ଯ୍ୟନ୍ତ ସବୁ ଟିକିନିକ ତଥ୍ୟକୁ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି । ଭାବିକା ପୁସ୍ତକ ଲେଖିବା ପରେ ଏହାକୁ ଟୁଇଟରରେ ଅପଲୋଡ କରିଛନ୍ତି । ଟୁଇଟରରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଭାବିକା କହିଛନ୍ତି ଯେ ନିକଟରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ତାଙ୍କୁ ଦ୍ରୌପଦୀଙ୍କ ବିଷୟରେ କହିଥିଲେ । ହେଲେ ଭାବିକା ଦୌପଦୀଙ୍କ ଜୀବନୀ ଉପରେ କୌଣସି ତଥ୍ୟ ଇଣ୍ଟରନେଟ କିମ୍ବା ସୋସିଆଲ ମଡିଆରୁ ପାଇନଥିଲେ। ଏହା ପରେ ସେ ଦ୍ରୌପଦୀଙ୍କ ଉପରେ ପୁସ୍ତକ ଲେଖିବାକୁ ମନସ୍ଥ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ଏହି ପୁସ୍ତକକୁ ଉନ୍ମୋଚନ କରିବେ ବୋଲି କହିଛନ୍ତି ଭାବିକା। ବର୍ତ୍ତମାନ ଏହି ପୁସ୍ତକକୁ ହିନ୍ଦୀରେ ପ୍ରକାଶିତ ହୋଇଛି । ଆଗାକୁ ଏହା ଇଂରାଜୀ , ଓଡିଆ ଓ ଗୁଜୁରାଟୀରେ ଅନୁବାଦ କରିବେ ।
ସ୍ମରଜିତ୍ ଆର୍ଯ୍ୟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published.

Back to top button