ବେଲଜିୟମରରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର  ଗ୍ଲୋବାଲଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀ

Spread the love

ଭୁବନେଶ୍ୱର : ଓଡିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି । ରାଜ୍ୟର ସଫଳ ସମବାୟ ବ୍ୟବସ୍ଥା ଅନ୍ତର୍ଜାତୀୟ ଫୋରମ୍ ରେ ଅନ୍ୟ ଦେଶମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଛି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ ଦିନିଆ ବେଲଜିୟମ ଗସ୍ତରେ ଯାଇ ଲିୟୁଭେନ୍ ଠାରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର ଗ୍ଲୋବାଲ ଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ନାୟକ ସମବାୟ କ୍ଷେତ୍ରରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ବୋଲି କହିଛନ୍ତି । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମବାୟ ହେଉଛି ସବୁଠାରୁ ପ୍ରଭାବୀ ମାଧ୍ୟମ । ବିଶେଷ କରି ଆର୍ôଥକ ଦୁର୍ବଳ ଶ୍ରେଣୀ, ଅବହେଳିତ ଓ ବଞ୍ଚିତ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ଏହା ବିଶେଷ ଫଳପ୍ରଦ ।

ରାଜ୍ୟରେ ଥିବା ପ୍ୟାକସ୍ ଓ ଲ୍ୟାମ୍ପ୍ସ ଚାଷୀମାନଙ୍କ କୃଷି ଉତ୍ପାଦକୁ ମାର୍କେଟିଂ ସୁବିଧା ଯୋଗାଇ ଦେବା ପାଇଁ ଅଭିପ୍ରେତ । ଏଗୁଡ଼ିକ କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିଥାଆନ୍ତି । ରାଜ୍ୟ ସରକାରଙ୍କ ପ୍ରାଇସ୍ ସପୋର୍ଟ ଯୋଜନା ମାଧ୍ୟମରେ ସେମାନେ ଧାନ ବିକ୍ରୟରେ ସହାୟତା ଯୋଗାଇ ଦେଇଥାନ୍ତି । ଏଗୁଡ଼ିକ ଯୋଗୁଁ ଡାଲି ଜାତୀୟ ଫସଲ ଓ ତୈଳବୀଜ ଆଦି କୃଷି ଉତ୍ପାଦଗୁଡିକ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ହୋଇ ପାରୁଛି । ଖାଦ୍ୟଶସ୍ୟ କ୍ଷେତ୍ରରେ ଆଜି ଓଡିଶା ଦେଶର ଏକ ବଳକା ରାଜ୍ୟ ଓ ଅନ୍ୟ ରାଜ୍ୟଗୁଡିକୁ ଏହା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ସକ୍ଷମ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରୟାସକୁ ପ୍ରଶଂସା କରାଯାଇଛି । ଖାଦ୍ୟ ସଂଗ୍ରହ ଓ ଖାଦ୍ୟ ସୁରକ୍ଷା ପ୍ରଣାଳୀ କ୍ଷେତ୍ରରେ ସମବାୟର ସଦୁପଯୋଗ ଆମ ରାଜ୍ୟର ଏକ ଅନନ୍ୟ ବ୍ୟବସ୍ଥା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।

ଓଡିଶାର ସମବାୟ ଆନ୍ଦୋଳନ ୟୁ.କେ ଏବଂ ଅନ୍ୟ ୟୁରୋପୀୟ ଦେଶର ସମବାୟ ଆନ୍ଦୋଳନ ଦ୍ୱାରା ପ୍ରଭାବିତ । କୁଳବୃଦ୍ଧ ମଧୁସୂଦନ ଦାସ ୧୮୯୮ ମସିହାରେ ରାଜ୍ୟର ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠା କରିଥିଲେ । ରୋଚଡେଲ ଭ୍ରାତୃବର୍ଗଙ୍କ ସମବାୟ ସଂସ୍ଥାକୁ ପରିଦର୍ଶନ କଲାପରେ ସେ ଅନୁପ୍ରେରିତ ହୋଇ ଓଡିଶାରେ ସମବାୟ ସଂସ୍ଥା ଆରମ୍ଭ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ରାଜ୍ୟର ସମବାୟ ମାଧ୍ୟମରେ ସମୃଦ୍ଧି ହାସଲ ଓ ଉତ୍ତମ ପ୍ରଶାସନ ନିମନ୍ତେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସମବାୟ ଋଣ ବ୍ୟବସ୍ଥାରେ କମ୍ପ୍ୟୂଟରାଇଜେସନ, ଡିଜିଟାଇଜେସନ୍‌, ପାକସ୍‌ଗୁଡିକୁ ୱାନ୍ ଷ୍ଟପ୍ ସପ୍‌, ନୂଚନ ପାକସ୍ ଓ ଲାମ୍ପସ୍ ସୃଷ୍ଟି, କୃଷି ଉତ୍ପାଦ ସଂଗ୍ରହ, ସମବାୟ ସହାୟତା ବ୍ୟବସ୍ଥା, ଦକ୍ଷତା ବୃଦ୍ଧି ଓ ସ୍ୱତନ୍ତ୍ର ସମବାୟ ନୀତି ପ୍ରଣୟନ ଆଦି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସଂପର୍କରେ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ କି ଚଳିତ ଜୁଲାଇ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ବେଲଜିୟମର ଲିୟୁଭେନ୍ ଠାରେ ଅନୁଷ୍ଠିତ ହେଉଛି । ଏହା ଲିୟୁଭେନ୍ ସେଂଟର ଅଫ୍ ଏକ୍ସପର୍ଟାଇଜ ଫର କୋପରେଟିଭ ଏେଂଟ୍ରାପ୍ରିନିୟରସିପ୍ ଦ୍ୱାରା ଆୟୋଜିତ ହୋଇଛି । ଗବେଷକ, ସମବାୟବିତ୍‌, ପ୍ରଫେସର, ୟୁରୋପିଆନ ୟୁନିୟନର ନୀତି ନର୍ଦ୍ଧାରକମାନେ ଏହି ସମ୍ମିଳନୀରେ ସମବାୟ ପ୍ରଶାସନ ଉପରେ ଗବେଷଣାତ୍ମକ ତଥ୍ୟ ନେଇ ବ୍ୟାପକ ବିଚାରବିମର୍ଶ କରିବେ । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ ମଧ୍ୟ ଏହି ସମ୍ମଳନୀରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *