Nabarangpurଓଡ଼ିଶା
ଛାତିଏ ପାଣିରେ ବୁହା ହେଲା ଶବ

ନବରଙ୍ଗପୁର: ସାରା ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଉପୁଜିଛି। ଲଗାଣ ବର୍ଷା ଓ ବନ୍ୟାରେ ଲୋକେ ନାହି ନଥିବା ଅସୁହିଧାର ସମ୍ମୁଖୀନ ହେଉଛନ୍ତି। ଏହାରି ମଧ୍ୟରେ ଶବ ସତ୍କାର କରିବା ପାଇଁ ନାଳ ଭିତରେ ଛାତିଏ ପାଣିରେ ପଶି କୋକେଇ ବୋହିଛନ୍ତି ପରିବାର ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନକାବେଡା ପଞ୍ଚାୟତର ଚକାମାଳ ଗାଁରେ। ନାଳ ଉପରେ ଉଚ୍ଚ ପୋଲ କିମ୍ବା ମଶାଣି ଯିବାକୁ ରାସ୍ତା ନଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳର ଲୋକେ। ଚକାମାଳ ଗାଁ ହରିଜନ ସାହିର ମଣିରାମ ସୁନାନୀ ବହୁ ଦିନରୁ ରୋଗରେ ପୀଡିତ ହୋଇ ଶେଷରେ ଆଖି ବୁଜି ଦେଇଥିଲେ। ଶବ ସତ୍କାର କରିବା ଲାଗି ଚିନ୍ତାରେ ପଡିଥିଲେ ପରିବାର ଏବଂ ପଡୋଶୀ।