ଜେଏସଡବ୍ଲୁ, ଶିବା ଖଣିର ଚିତ୍କାର ଅଞ୍ଚଳ ବାସୀଙ୍କ ଲାଗି ହୋଇଛି କାଳ

Spread the love

ରାଉରକେଲା : ଦିନ ଦ୍ଵି ପହରରେ ବାରମ୍ବାର ଖଣି ଭିତରୁ ବିସ୍ଫୋରଣର ଶବ୍ଦ ତା ସାଙ୍ଗକୁ ଦିନ ମାନ କ୍ରସରରୁ ବାହାରୁଛି ଚୁନ ପଥର ଧୂଳି, ଏଭଳି ଦୁଇ ଦୁଇଟି ପ୍ରଦୁଷଣରେ ଆଖପାଖରେ ରହୁଥିବା ହଜାର ହଜାର ସାଧାରଣ ଜନତା ପେଶି ହେଉଥିବା ବେଳେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ନିରଦ୍ରଷ୍ଟା ସାଜିଛି। ଫଳରେ ଲୋକ ମାନଙ୍କ ଦୁଖ ଦ୍ଵିଗୁଣିତ ହେବାରେ ଲାଗଛି । ଘଟଣା ହେଉଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳର । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଏହି ଅଞ୍ଚଳରେ ପୂର୍ବରୁ ଥିବା ଶିବା ଚୁନ ପଥର ଖଣି ଏବେ ଜେଏସଡବ୍ଲୁ ହାତକୁ ଯାଇଛି । ଉଭୟ ଖଣି ଓ ସିମେଟ କାରଖାନାକୁ ଜେଏସଡବ୍ଲୁ ନେଇ ପରିଚାଳନା କରୁଛି । ତେବେ କାରଖାନା ସଂପ୍ରସାରଣ ନେଇ ନାନା କଥା ଆଲୋଚନା ଚାଲିଥିବା ବେଳେ କଂପାନୀ କର୍ତୁପକ୍ଷ ପୂର୍ବରୁ ରହିଥିବା ଖଣିର ସଂପ୍ରସାରଣ ନେଇ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡକୁ ଜଣାଇସାରିଛନ୍ତି । ତେବେ ଏହାର ସଂପ୍ରସାରଣ ହୋଇନଥିବା ବେଳେ କଂପାନୀ ପକ୍ଷରୁ ନିୟମିତ ମନଇଛା ଚୁନପଥର ଖୋଳା ଆରମ୍ଭ ହୋଇଛି। ଏଥିଲାଗି ଦିନ ମାନ ବ୍ଲାଷ୍ଟିଂ ଚାଲିଛି, ଦିନକୁ ବହୁଳ ପରିମାଣରେ ବ୍ଲାଷ୍ଟିଂ ଚାଲିଥିବା ବେଳେ ଏହାର ପ୍ରଭାବରେ ପାଖରେ ଥିବା ଖତକୁରବାହାର ସମେତ ଆଖ ପାଖର ୪ରୁ ୫ଟି ଗାଁ ର ପ୍ରାୟ ୨ ହଜାର ଲୋକେ ପ୍ରଭାବିତ ହେଉଛନ୍ତି । ବାସଗୃହ ଗୁଡିକର କାନ୍ଥ, ଛାତ ଫାଟି ଯାଉଛି, ଗର୍ଭବତୀ ମହିଳା ମାନେ ଏହାଦ୍ଵାରା ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି, ପିଲା ମାନେ ଚମକି ଯାଉଛନ୍ତି, ଗାଁ ଗହଳିରେ ରହୁଥିବା ବୁଢା ବୁଢି ଶୋଇପାରୁ ନାହାନ୍ତି, ଛାତି ବେମାରରେ ପିଡିତ ରୋଗୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖଣିରେ ବିସ୍ଫୋରଣ ପରେ ଜେସିବି ଆଦିରେ ଏହି ଚୁନ ପଥରକୁ ବାହାରକୁ ନେବା ଲାଗି କରାଯାଉଥିବା ପ୍ରୋସେସିଂରେ ବହୁଳ ପରିମାଣରେ ଚୁନ ଧୁଳି ଉଡି ଗାଁ ଗହଳିରେ ପଶୁଛି। ଲୋକଙ୍କ ପିଇବା ପାଣି ଠାରୁ ଆରମ୍ଭ କରି ଭାତ ହାଣ୍ଡିରେ ମଧ୍ୟ ଏହି ଚୁନ ପଥର ଧୁଳି ପଶୁଛି । ବୁଢା ବୁଢି ଛୋଟ ପିଲା ମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଅନେକ ଲୋକ ଏହାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି । ପୂର୍ବରୁ ଯାହା ଚାଲିଥିଲା ବର୍ତମାନ ଏହାର ଆକାର ବଢିବାରେ ଲାଗିଛି । ନିକଟରେ ପୂର୍ବତନ ବିଧାୟକ ମଙ୍ଗଳା କିଶାନ ରହୁଥିବା ବେଳେ ପାଖରେ ରାଜଗାଙ୍ଗପୁରରେ ବିଧାୟକ ରାଜନ ଏକା ରହୁଛନ୍ତି । ସେମାନେ ଏ ଦୁଖ ଦେଖିବା ସହ ଅନୁଭବ କରୁଛନ୍ତି, କିନ୍ତୁ ପ୍ରତିକାର ଆଦୌ ଦେଖାଯାଉନଥିବା କୁହାଯାଉଛି ।

ନିକଟରେ ଏହି ଖଣିକୁ ଲାଗି ରହିଥିବା ଏକ ବିଦ୍ୟାଳୟକୁ ସେଠାରୁ ଖଣି ଲାଗି ହଟାଇବା ନିମନ୍ତେ ହୋଇଥିବା ଏକ ମିଟିଂ ରେ ଦୁଇ ନେତା ଯେଉଁଭଳି ତୁ ତୁ ମେଁ ମେଁ ହେଲେ ସେଥିରୁ ଉଭୟଙ୍କର ଏ ଦିଗରେ ଆଗାମୀ ଦିନରେ କଣ ପଦକ୍ଷେପ ହେବ ସେନେଇ ଲୋକେ ଚାହିଁ ବସିଛନ୍ତି । ଅନ୍ୟପକ୍ଷରେ କଳ କାରଖାନା ହେଉ, କିନ୍ତୁ ସେଥିଲାଗି ଯଦି ଲୋକେ ପ୍ରଦୁଷଣର ଶିକାର ହେଲେ, ରୋଗରେ ପଡିଲେ, ମୃତ୍ୟୁବରଣ କଲେ ବାସହରା ହେବାକୁ ପଡିଲା ତେବେ କଳ କାରଖାନାରୁ ମିଳିବ କଣ ବୋଲି ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ଏକଦା ଚାଷକୁ ନେଇ ଚଳୁଥିବା ଏହି ଲୋକେ ଏଭଳି ପ୍ରଦୁଷଣ ନେଇ ସେ ଅଞ୍ଚଳରେ ଜନ ଅସନ୍ତୋଷ ବଢିବା ସହ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସାଧାରଣରେ ଆଲୋଚନା ଚାଲିଛି ।

Leave a Reply

Your email address will not be published. Required fields are marked *