ଅଟେଇ ଜଙ୍ଗଲ ସଫାରୀ ଉଦଘାଟିତ

କେନ୍ଦୁଝର ଜିଲ୍ଲାରେ ଉଦଘାଟିତ ହୋଇଛି ଅଟେଇ ଜଙ୍ଗଲ ସଫାରୀ। ଘଟଗାଁ ମାତାରିଣୀ ମନ୍ଦିର ଠାରୁ ମାତ୍ର ୪କିଲୋମିଟର ଦୂରରେ ଥିବା ୧୬ହଜାର ହେକ୍ଟର ପରିମିତ ଏହି ଜଙ୍ଗଲ ସଫାରୀକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉଦଘାଟନ କରିଥିଲେ। ଏଠାରେ ଥିବା ମୟୁର ଭ୍ୟାଲି, ୱାଚ୍ ଟାୱାର, ବୁଦ୍ଧ ଭିଉ ପଏଣ୍ଟ, ବଣ୍ୟଯନ୍ତୁଙ୍କ ପାଇଁ ଥିବା ପୋଖରୀ, ଜଙ୍ଗଲରେ ହରିଣଙ୍କୁ ଦେଖି ଆତ୍ମହରା ହେବେ ପର୍ଯ୍ୟଟକ । ଏହିସବୁ ସ୍ଥାନକୁ ଅତିଥିମାନେ ବୁଲି ବେଶ୍ ଆନନ୍ଦ ଅନୁଭବ କରିଥିଲେ । ଆଗକୁ ଏହି ଜଙ୍ଗଲ ଉପରେ ନିର୍ଭର କରୁଥିବା ଗାଁର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ଜଙ୍ଗଲ ସୁରକ୍ଷା ଦିଗରେ ଏହା ସହାୟକ ହୋଇପାରିବ ବୋଲି କହିଛନ୍ତି ଅତିଥି ।

ଜିଲ୍ଲାର ପ୍ରଥମ ଅଟେଇ ଜଙ୍ଗଲ ସଫାରୀରେ ରାସ୍ତାର ଉଭୟ ପଟେ ଅଟେଇ ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ପର୍ଯ୍ୟଟକମାନେ ଗାଡିରେ ବସି ଏହିସବୁ ସ୍ଥାନ ଉପଭୋଗ କରିବାର ବନ୍ଦୋବସ୍ତ କରିଛି ବନ ବିଭାଗ । ପର୍ଯ୍ୟଟକମାନେ ଜିଲ୍ଲାରେ ଏବେ ପ୍ରଥମ ଜଙ୍ଗଲ ସଫାରୀର ମଜା ଉଠାଇ ପାରିବେ । ଘଟଗାଁ ମାତାରିଣୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଏଠାରେ ଥିବା ଅଟେଇ ଜଙ୍ଗଲ ସଫାରୀର ଟିକେଟ୍ କାଉଣ୍ଟରରୁ ମାତ୍ର ୨ଶହ ଟଙ୍କାରେ ଏକ ଟିକେଟ୍ କ୍ରୟ କରି ମାତାରିଣୀଙ୍କ ପୀଠରୁ ଅଟେଇ ଜଙ୍ଗଲ ସଫାରୀ ପାଇଁ ବାହାରୁଥିବା ଗାଡିରେ ଜଙ୍ଗଲ ସଫାରୀ ବୁଲିଦେଖିବେ ପର୍ଯ୍ୟଟକ । ବନ ବିଭାଗର ଏହି ପ୍ରୟାସ ସ୍ଥାନୀୟ ଲୋକଙ୍କୁ ଆର୍ଥିକ ରୋଜଗାରକ୍ଷମ କରିବା ସହ, ଜଙ୍ଗଲ ସୁରକ୍ଷା ପ୍ରତି ସଚେତନ କରିବ ବୋଲି କହିଛନ୍ତି ଡିଏଫଓ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *