କେସିଙ୍ଗା ବ୍ଲକ ସାର ବ୍ୟବସାୟୀଙ୍କ ଦବଙ୍ଗଗିରି, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

Spread the love

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କର୍ଲାଭାଡି ଠାରେ ଥିବା ଭାଗ୍ୟଲକ୍ଷ୍ମୀ ଅର୍ଗାନିକ ପ୍ରାଇଭେଟ ଲିମିଟେଡ କପା ମିଲରେ ବେଆଇନ ଭାବେ ବିପୁଳ ପରିମାଣର ସାର ଗଛିତ ଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ । ଏ ବାବଦରେ ଆଲୋଚନା କରିବା ସମୟରେ ତତକ୍ଷଣାତ ରାଗିଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ବୁମକୁ ଛଡାଇବା ପାଇଁ ଉଦ୍ୟକ୍ତ ହେଲେ, ଉପସ୍ଥିତ ଜଣେ ଗଣମାଧ୍ୟମ ପ୍ରତିନିଧି ନିଜର ପରିଚୟ ଦେଲା ପରେ ପରିଚୟ ପାଇ ମଧ୍ୟ ସେ ତାଙ୍କୁ ବହୁତ ଗାଳିଗୁଲଜ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ରହୁଥିବା ଡେଣ୍ଡୋଗୁଡା ସ୍ଥାନକୁ ନେଇ ବାରମ୍ବାର ଖରାପ ବ୍ୟବହାର କରିଥିଲେ । ସାର ବେପାରୀଙ୍କ ଏପରି ଯୁକ୍ତିକୁ ଗଣମାଧ୍ୟମ ପ୍ରତିନିଧି ଦେଖି ତାଙ୍କର ସନ୍ଦେହ ଆହୁରି ବଢିଯାଇଥିଲା । ଯାହାଫଳରେ ଗଣମାଧ୍ୟମ ପ୍ରତିନିଧି ସେଠାରୁ ପଳେଇ ଆସି ବିଭାଗିୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଇଥିଲେ । ଗଣମାଧ୍ୟମ ପ୍ରତିନିଧି କପା ମିଲ ରେ ବହୁ ମାତ୍ରାରେ ସାର ଗଛିତ ଥିବା ଖବର କେସିଙ୍ଗା ଏସଡିପିଓ, କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କୁ ଫୋନ ମାଧ୍ୟମରେ ଜଣାଇ ଥିଲେ । ଏହା ପରେ କେସିଙ୍ଗା କୃଷି ଅଧିକାରୀଙ୍କୁ ଗଛିତ ସାର ବାବଦରେ ଜଣାଯାଇଥିଲା । କେସିଙ୍ଗା କୃଷି ଅଧିକାରୀ ଏହାର ସତ୍‌ଯତା ଜାଣିବା ପାଇଁ କପା ମିଲକୁ ଯାଇ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ୧୪ ରୁ ୧୫ ହଜାର ବସ୍ତା ଗୋଦାମରେ ଥିବା କୃଷି ଅଧିକାରୀଙ୍କୁ କହିଥିଲେ । ଏ ବାବଦରେ କେସିଙ୍ଗା କୃଷି ଅଧିକାରୀ ଜିଲ୍ଲା କୃଷି ଅଧିକାରୀଙ୍କୁ ୧୪ ରୁ ୧୫ ହଜାର ସାର ମିଲରେ ଗଛିତ ଥିବା କହିବାରୁ ସେ ଚମକି ପଡିଥିଲେ ଏତେ ମାତ୍ରାରେ ସାର ଗଛିତ ଥିବା ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ଜିଲ୍ଲା କୃଷି ଅଧିକାରୀ କେସିଙ୍ଗା କୃଷି ଅଧିକାରୀଙ୍କୁ ଜଣାଇ ଥିଲେ । ସାର ମାଲିକଙ୍କୁ କୃଷି ଅଧିକାରୀ କପା ମିଲରେ ମହଜୁଦ ଥିବା ସାରକୁ ନେଇ କାଗଜପତ୍ର ମାଗିଥିଲେ ତାହା ସହ ସାର ବ୍ୟବସାୟୀ ସାର କମ୍ପାନୀ ସହ କରିଥିବା ଏଗ୍ରିମେଣ୍ଟର କପି ମାଗିଥିଲେ । ତେବେ ଏପର୍ଯ୍ୟନ୍ତ ସାର ବେପାରୀ କୌଣସି କାଗଜପତ୍ର ଦେଇନଥିବା କୃଷି ଅଧିକାରୀ କହିଛନ୍ତି ।

ଯଦି ଏହାର ପ୍ରକୃତ ତଦନ୍ତ କରାଯାଏ ତାହାହେଲେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବା ସହ ଏପରି ଆହୁରି ମିଲ ଓ ଗୋଦାମରେ ବିପୁଳ ପରିମାଣରେ ସାର ଗଛିତ ଥାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ସରକାର ସାର ଅଭାବି ବିକ୍ରିକୁ ଦୂର କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ବହୁ ପରିମାଣର ସାର କପା ମିଲରେ ଗଛିତ ଥିବା କେତେଦୂର ଯୁକ୍ତିଯୁକ୍ତ । ଏପରି ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଉତର ଜାଣିବାକୁ ଚେଷ୍ଟା କଲେ ଜୀବନରେ ମାରିଦେବାକୁ ଧମକ ସରକାରଙ୍କର ସାମ୍ବାଦିକ ସୁରକ୍ଷା ଆଇନକୁ ନେଇ ସାମ୍ବାଦିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚିତ ତଦନ୍ତ ସହ ଅସାଧୁ ସାର ବ୍ୟବସାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *