ଢେଙ୍କାନାଳ ବନଖଣ୍ଡରେ ଚିନ୍ତା ବଢ଼ାଇଛି ୩୩୪ ହାତୀଙ୍କ ଦୈନନ୍ଦିନ ଆକ୍ଟିଭିଟି। କାମାକ୍ଷାନଗର ଇଷ୍ଟ ଏବଂ ୱେଷ୍ଟ ରେଞ୍ଜରେ ଏବେ ୧୦୭ ହାତୀ। ଯାହାର ଲିଡ଼ରେ ରହିଛି ନର ହନ୍ତା ଦନ୍ତା ଡ୍ୟାନି। ଇଷ୍ଟ ରେଞ୍ଜରେ ୬୪ଟି ହାତୀ ଥିବା ବେଳେ ୱେଷ୍ଟ ରେଞ୍ଜରେ ଅଛନ୍ତି ୪୩ଟି ହାତୀ। ଯାହାକୁ ନେଇ ଏବେ ହତାଶ ଅଞ୍ଚଳବାସୀ। ବାଇସିଙ୍ଗା, ମାଳପୁରା, କନ୍ଦରସିଂହା, ଲୋକନାଥପୁର ଶାସନ ସହ ପଲ୍ଲୀସାଆନ୍ତାରାପୁର ଆଦି ଗାଁରେ ଆତଙ୍କ ରଚିଛି ହାତୀ ପଲ। ଗୁରୁବାର ସକାଳେ ୫୩ ନଂ ଜାତୀୟ ରାଜପଥରେ ପ୍ରାୟ ଏକ ଘଣ୍ଟା ଧରି ହାତୀ ଡ୍ୟାନିର ଆତଙ୍କ ଯୋଗୁଁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଏ ନେଇ ବନ ବିଭାଗର ସ୍ୱତନ୍ତ୍ର ଟିମ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲାଗି ପଡିଛନ୍ତି। ସେପଟେ ହାତୀ ଆତଙ୍କକୁ ନେଇ ଚିନ୍ତାରେ ଅଞ୍ଚଳବାସୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now