ବ୍ରାହ୍ମଣୀ ନଦୀରେ ଫସି ରହିଥିବା ଦୁଇ ଯୁବକ ଉଦ୍ଧାର

Spread the love

ଢ଼େଙ୍କାନାଳ : ଢ଼େଙ୍କାନାଳ ବ୍ରାହ୍ମଣୀ ନଦୀ ମଧ୍ୟରେ ଫସି ରହିଥିବା ଦୁଇ ଯୁବକ ଉଦ୍ଧାର ହୋଇଛନ୍ତି । ରାଧାଦେଇପୁର ପଞ୍ଚାୟତ ନୂଆପଡା ଗ୍ରାମର ନଦୀରେ ଏକ ମେଗା ପ୍ରୋଜେକ୍ଟରେ ଏମାନେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଥିଲେ । ହଠାତ୍ ବନ୍ୟାଜଳ ମାଡି ଆସିବାରୁ ସମ୍ପୃକ୍ତ ଦୁଇ ଯୁବକ ନଦୀରେ ଫସି ରହିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଛି ।

Leave a Reply

Your email address will not be published. Required fields are marked *