ଗାଁର ବିଭିନ୍ନ ସମସ୍ୟାକୁ ନେଇ ଗାଁରେ କନ୍ଧମାଳର ବିଜେପି ଟିମ୍

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗାଁ ଗାଁ ରେ ବିଭିନ୍ନ ସମସ୍ୟା, ରାସ୍ତା ଘାଟ, ପାନୀୟ ଜଳ ଓ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଓ ଜନ ସଚେତନକୁ ନେଇ କନ୍ଧମାଳ ଜିଲ୍ଲା ବିଜେପିର ଏକ ଟିମ ଫିରିଙ୍ଗିଆ ବ୍ଲକର ଉପର ପାଙ୍ଗା ପଞ୍ଚାୟତ ମାଲା ଓ ପାଙ୍ଗା ଏବଂ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଏବଂ ଜାରା ପାଙ୍ଗା ଗାଁରେ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଲୋକ ମାନଙ୍କ ସମସ୍ତ ସରକାରଙ୍କ ଯୋଜନା କୁ ନେଇ ଲୋକମାନଙ୍କୁ ସଚେତନ କରିଛନ୍ତି । ପାଙ୍ଗା ଉପର ସାହି ପଞ୍ଚାୟତର ପାନୀୟ ଜଳର ସମସ୍ୟା ରହିଥବା ଲୋକେ ଅଭିଯୋଗ କରିଥିବାବେଳେ ଲୋକଙ୍କ ହକ ସହ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିି ପାରୁନଥିବା ଅଭିଯୋଗ କରିଥିଲେ ଅଂଚଳବାସୀ, ଅନୁରୂପ ଭାବରେ ମାଲା ଗାଁରେ ମଧ୍ୟ ଗାଁର ବିଭିନ୍ନ ସମସ୍ୟା ଉପରେ ଲୋକେ ଅଭିଯୋଗ କରିବା ସହ ତୁରନ୍ତ ସମାଧାନ କରିବା ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି କହିବା ସହ ଗାଁର ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ ପାଇଁ ଗାଁ ଗାଁ ରେ ବିଜେପି ଟିମ ପହଞ୍ଚିବ ବୋଲି କହିଛନ୍ତି ଜିଲ୍ଲା ବିଜେପି ଟିମ, ତେବେ ଅନୁରୂପ ଭାବରେ ରବିଙ୍ଗିଆ ଠାରେ ହୋଇଥିବା ବୈଠକରେ ଗାଁରେ ପାନୀୟ ଜଳ ମୁଖ୍ୟ ସମସ୍ୟା ଥିବା ବେଳେ ରବିଙ୍ଗିଆ ରେ ମୋଟ ୮୦ରୁ ୧୦୦ ଘର ରହିଥିବା ବେଳେ ୯ ନମ୍ବର ୱାର୍ଡରେ ବର୍ଷ ତମାମ ପାନୀୟ ଜଳ ସମସ୍ୟା ରହିଥିବାବେଳେ ନିର୍ମାଣଧିନ ଜଳ ଅମଳ ପ୍ରକଳ୍ପ ନାମକୁ ମାତ୍ର ଥିବାବେଳେ ପାନୀୟ ଜଳ ଉତ୍ସ କାମରେ ଲାଗିପାରୁନାହିଁ । ପାଇପ ଅଛି ସତ କିନ୍ତୁ ୫ ବର୍ଷରେ ମାତ୍ର ଦେଢ଼ବର୍ଷ ପାଣି ଆସିଥିବାବେଳେ ବର୍ତମାନ ବନ୍ଦ ରହିଥିବା ଅଭିଯୋଗ କରିଥିବାବେଳେ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା ନକଲେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଉପସ୍ଥିତ ମହିଳାମାନେ ସୂଚନା ଦେଇଛନ୍ତି । ଅନୁରୂପ ଭାବରେ ଜାରା ପାଙ୍ଗା ଗାଁରେ ରାସ୍ତା ମୁଖ୍ୟ ସମସ୍ୟା ରହିଥିବାବେଳେ କୋମଳ ମତି ଶିଶୁ କିମ୍ବା ଅନ୍ୟମାନେ ଯାତାୟତ ମୁଖ୍ୟ ସମସ୍ୟା ଥିବାବେଳେ ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ କାମରେ ଲାଗୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଜେପିର ଜିଲ୍ଲା ଯୁବ ମୋର୍ଚା ସଭାପତି ଗୋଲକ କହଁର, ବିଜେପି କନ୍ଧମାଳ ଯୁବ ପ୍ରଭାରୀ ନାରାୟଣ କର୍ମୀ, ବିଜେପି ଯୁବ ମୋର୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁଙ୍କ ସହ ବିଭୀଷଣ କହଁର ଏବଂ ଗ୍ରାମର ମହିଳାଙ୍କ ସହ ଅନ୍ୟମାନେ ଯୋଗ ଦେଇ ଗାଁର ସମସ୍ୟା ଓ ତାର ସମାଧାନ ଦିଗରେ ଆଲୋଚନା କରିଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ନୂଆ ପଦର ସରପଞ୍ଚ ଭବାନୀ ଶଙ୍କର କହଁରଙ୍କୁ ପଚାରିବାରୁ ପାଣି ଚାଲୁଚି କିନ୍ତୁ ଆବଶ୍ୟକ ଅନୁସାରେ ପାଣି ହେଉନଥିବାରୁ ପାଣି ଠିକରେ ପାଉନାହାନ୍ତି ଏବଂ କିଛି ୱାର୍ଡ ରେ ପାଣି ସମସ୍ୟା ରହିଥିବା କହିଛନ୍ତି । ସ୍ଥାନୀୟ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କୁ ପଚାରିବାରୁ ତୁରନ୍ତ ପାଣି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *