କନ୍ଧମାଳ: ବିଗତ ୨୦ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। କନ୍ଧମାଳ ବାଲିଗୁଡାରେ ସର୍ବାଧିକ ୩୦୧ ମିମି ବର୍ଷା ରେକର୍ଡ କରାଯାଇଛି। ବାଲିଗୁଡା ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ଉପରେ ପାଣି ଲହଡି ମାରୁଛି। ବାଲିଗୁଡା ବସଷ୍ଟାଣ୍ଡରେ ମଧ୍ୟ ପାଣି ଜମିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡା ଏନ୍,ଏ,ସିର ଖଜୁରୀନାଳ ଉପରେ ୪ଫୁଟର ପାଣି ସହ,ବୁଡ୍ରୃକିଆ ପଞ୍ଚାୟତର ମାଦିନାଟ ପୋଲ ଉପରେ ୮ଫୁଟର ପାଣି ବୋହୂଛି। ବହୁ ସାହି ଓ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଖମଣଖୋଲ ପଞ୍ଚାୟତର ଠାକୁରାଣୀ ପିଠ ସାହି ପାଣିଘେରରେ ଥିବା ବେଳେ ଲଣ୍ଡାଗାଁ ମଧ୍ୟ ପ୍ରଭାବିତ ଥିବା ଖବର ମିଳିଛି। ଏପଟେ ଉପାନ୍ତ ବ୍ଲକ୍ କୋଟଗଡର ପାରିଗଡ, ପକାରୀ ସହ ସୁବର୍ଣ୍ଣଗିରି ଦେଇ କୋଟଗଡକୁ ସଂଯୋଗ କରୁଥିବା ବେତାଡିମୁଣ୍ଡା ଅସ୍ଥାୟି ପୋଲ ଧୋଇନେବା ଫଳରେ ଯାତାୟତ ଠପ୍ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now