କନ୍ଧମାଳରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ

Spread the love

କନ୍ଧମାଳ: ବିଜେଡିର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀରେ ପହଞ୍ଚି ଥିଲେ। ଏହି ଅବସରରେ ତାଙ୍କୁ କନ୍ଧମାଳ ଜିଲ୍ଲା ଦାୟୀତ୍ଵରେ ଥିବା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କ. ନୂଆଗାଁର ବରିଷ୍ଠ ବିଜେଡି ନେତା, ସମାଜସେବୀ, ସଂଗଠକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଛାତ୍ର ବିଜେଡି ସଭାପତି ସୁନୀଲ ସେଠି, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ କହଁର, ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ରାଜ୍ୟ ମହିଳା ଉପସଭାପତି ସୁଶ୍ରୀ ଅନିମା କହଁର, ଶିବ ପ୍ରସାଦ ତ୍ରିପାଠୀ, ମହମ୍ମଦ ୟାସୀନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ତୃଣମୁଳ ସ୍ତରରେ ବିଜେଡିର ସଂଗଠନ ଯେପରି ମଜଭୁତ ହୋଇପାରିବ ଆଉ ଅଧିକରୁ ଅଧିକ ନୂତନ କର୍ମୀଙ୍କୁ ଦଳରେ ସାମିଲ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯେପରି ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟ ଲାଭ କରିବ ସେଥିପ୍ରତି ସମସ୍ତ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ମାନେ ଏକଜୁଟ ହୋଇ ନିଷ୍ଠା ଓ ଆନ୍ତରିକତାର ସହ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏହି ଗସ୍ତ ନିଶ୍ଚିତ ଭାବେ ଦଳିୟକର୍ମୀ ଓ ନେତାଙ୍କ ମନୋବଳ ବୃଦ୍ଧି କରିବା ସଂଗେ ସଂଗେ ବିଜେଡି ସଂଗଠନକୁ ଅଧିକ ସୁଦୃଢ କରିବାରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *