ଦିନିକିଆ କନ୍ଧମାଳ ଗସ୍ଥରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ଥରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଞ୍ଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଗ୍ରାମ୍ୟ ଉନ୍ନୟନଓ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଓ ଆଦିବାସୀ ହରିଜନ କଲ୍ୟାଣ ପଛୁଆବର୍ଗ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଆଜି ହେଲିକ୍ୟାପଟର ଯୋଗେ ଭୂବେନେଶ୍ୱରରୁ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମୁଖ୍ଯାଳୟ ଠାରେ ଥିବା ହାଇସ୍କୁଲ ପଡ଼ିଆରେ ଠାରେ ଦିନ ୧୧.୩୦ରେ ପହଞ୍ଚିଥିଲେ । ସେଠାରେ ପ୍ରଥମେ ବିଜୁ ପଟ୍ଟନାୟକ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଜଙ୍ଗଲ ଭିତରକୁ ଯାଇ ଦୁଇଟି ଦୋକାନ ଘର ଉଦ୍ଘାଟନ କରିଥିଲେ । ପରେ ବ୍ଲକ ପରିସରରେ ମିଶନ ଶକ୍ତି କ୍ୟାଫେକୁ ଉଦଘାଟିତ କରିଥିଲେ । ଏହା ସହିତ କାଶିନିପଦର ନୂତନ ପଞ୍ଚାୟତ ଗୃହ ଉଦଘାଟିତ କରିଥିଲେ । ସେଠାରୁ ଗୋଚ୍ଛାପଡ଼ା ଯାଇ ତିନୋଟି ବିଜୁ ସେତୁର ଉଦଘାଟନ କରିଥିଲେ । ପରେ ମନ୍ତ୍ରୀମାନେ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିଲେ । ଏହି ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରଦନ ମଲିକ, ଫିରିଙ୍ଗିଆ ବିଡ଼ିଓ ରଶ୍ମିରଞ୍ଜନ ମହନ୍ତ,ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ୍ ଅଧ୍ୟକ୍ଷା ନମିତା କହଁର, ଜିଲା ପରିଷଦ ସଭ୍ୟ ନିଳଗିରି ଦିଗାଲ,ଜୟଶ୍ରୀ କହଁର, ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ,ବିଜେଡ଼ି ବ୍ଲକ ସଭାପତି ରଜନି କାନ୍ତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଶାନ୍ତନୁ କୁମାର ସ୍ୱାଇଁ ଉପସ୍ଥିତ ଥିବାବେଳେ ଏସଡ଼ିପିଓ ସୁପ୍ରଶନ୍ନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହକ ଉପସ୍ଥିତ ରହି ସୁରକ୍ଷାରେ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *