ନିଶା ଔଷଧ ଅପବ୍ୟବହାର ଏବଂ ନିଶା ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିତ

Spread the love

ଅନୁଗୋଳ : ଗତ 8 ତାରିଖ ଦିନ ନିଶା ଔଷଧ ଅପବ୍ୟବହାର ଏବଂ ନିଶା ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିତ ସାମାଜିକ ସଂଗଠନ “ସ୍ପନ୍ଦନ” ତରଫରୁ ଅଫିସର କ୍ଲବ, ତାଳଚେର ଅଞ୍ଚଳ, ଏମସିଏଲ ଠାରେ ନିଶା ଔଷଧ ଅପବ୍ୟବହାର ଏବଂ ନିଶା ନିବାରଣ ସଚେତନତା ସମ୍ବନ୍ଧରେ ଏକ କର୍ମଶାଳାକୁ ଶ୍ରୀ ଅରବିନ୍ଦ କୁମାର ସିଂହ, ମୁଖ୍ୟ ପ୍ରବନ୍ଧକ, ତାଳଚେର ଅଞ୍ଚଳ, ଏମସିଏଲ, ତାଳଚେର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହିତ ସମାଜର ସମସ୍ତ ନାଗରିକ ମାନଙ୍କର ସହଭାଗିତା, ଯୁବସମାଜ ଏକ ସଫଳ ନାଗରିକ ହେବାଲ।ଗି ବ୍ୟକ୍ତିଗତ ପ୍ରତିବଦ୍ଧତା, ଜିଲ୍ଲା ପ୍ରଶାସନର ସତର୍କତା ଏବଂ ବିଭିନ୍ନ କର୍ପୋରେଟ ହାଉସ ମାନଙ୍କର ସହଯୋଗ ଏହି ନିଶା କାରବାରର ଅଗ୍ରଗତିରେ ରୋକ୍ ଲଗାଇପାରିବ ଏବଂ ଆଗାମି ଦିନରେ ଏହି ବିଷୟରେ ସଚତନତା ପାଇଁ ତାଙ୍କ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଜିଲ୍ଲା ଅବକାରୀ ଅଧିକ୍ଷୀକା ଶ୍ରୀମତୀ ମଧୁସ୍ମିତା ନାୟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଶା ଔଷଧ ଏବଂ ନିଶା ସାମଗ୍ରୀ ବିଶେଷତଃ ଧଳା ଜହର (ହିରୋଇନ୍) ର ବ୍ୟବହାର ବଢିବା ସହିତ ଏହି ସାମଗ୍ରୀର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବା ସହିତ ଏହି ନିଶା ପ୍ରେମରେ ପଡ଼ି ବର୍ତ୍ତମାନର ଯୁବ ସମାଜ ବର୍ତ୍ତମାନ ଲକ୍ଷ୍ୟହୀନ ହେବା ସହିତ ସେମାନଙ୍କର ପରିବାରବର୍ଗ, ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପଡୋଶୀ ତଥା ସମାଜ ଏକ ମାନସିକ ସ୍ତରରେ ମ୍ରିୟମାଣ ସହିତ ଦେଶର ଅର୍ଥନୈତ୍ତିକ ଅବକ୍ଷୟ ଦିନକୁ ଦିନ ହୋଇ ଚାଲିଛି, ଆମର ପଡୋଶୀ ରାଷ୍ଟ୍ର ମାନେ ଆମ ଯୁବ ସମାଜକୁ ଏହି ନିଶା ରାକ୍ଷସର ପଞ୍ଜାକୁ ଠେଲି ଦେବାପାଇଁ ବିଭିନ୍ନ ମାଧ୍ୟମରେ ଆମ ଦେଶକୁ ଚୋରାରେ ଏହି ସବୁ ମାରାତ୍ମକ ନିଶା ସାମଗ୍ରୀ ପ୍ରେରଣ ପୂର୍ବକ ଆମ ଦେଶର ଅର୍ଥନୈତିକ ମାନଦଣ୍ଡକୁ ନଷ୍ଟ କରିବା ଲାଗି ସବୁବେଳେ ପ୍ରଚେଷ୍ଟା ଜାରି ରଖିଛି। ତେଣୁ ଏହି ସବୁ ନିଶା ବ୍ୟବହାରର କୁପରିଣାମ ବିଷୟରେ ସମସ୍ତ ଜନ ସାଧାରଣଙ୍କ ସଚେତନତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ସହିତ ଚୋରା ଚାଲାଣରେ ସଂପୃକ୍ତି ଥିବା ସମ୍ବନ୍ଧରେ ଅବକାରୀ ବିଭାଗକୁ ଅବଗତ କଲେ ସେହି ବ୍ୟକ୍ତିର ନାମକୁ ସମ୍ପୂର୍ଣ୍ଣ ଗୋପନ ରଖିବା ସହିତ ଚୋରା ଚାଲାଣରେ ଅଭିଯୁକ୍ତ ଦୋଷୀମାନଙ୍କ ଲାଗି ଥିବା ବିଭିନ୍ନ ଦଣ୍ଡବିଧି ଆଇନ ବିଷୟରେ ଉପସ୍ଥିତ ଜନସାଧାଣଙ୍କୁ ଅବଗତ କରାଇଥିଲେ।

ଅନୁଗୋଳ ହାସପାତାଲର ମାନସିକ ଚିକିତ୍ସାଧିକାରୀନୀ ଡାକ୍ତର ରଶ୍ମିତା ଭଞ୍ଜଦେଓ ଏହି ସବୁ ନିଶା ବ୍ୟବହାର ଦ୍ଵାରା ଆମ ଶରୀରରେ ହେଉଥିବା ବିଭିନ୍ନ ସମସ୍ୟା ଏବଂ ନିଶା ଛାଡ଼ିବା ଦ୍ଵାରା ବିଭିନ୍ନ ପାର୍ଶ୍ଵ ପ୍ରତ୍ରିକ୍ରୀୟା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବେ ଅବଗତ କରାଇବା ସହିତ ବିଭିନ୍ନ ନିଶାମୁକ୍ତି କେନ୍ଦ୍ରରେ ରହି ଏହି ବାବଦରେ ଚିକିତ୍ସା ସହିତ ମାନସିକ ସ୍ତରରେ ମନୋବଳ ସୁଦୃଢ ରଖିଲେ ଏହି ନିଶା ରାକ୍ଷସ କବଳରୁ ମୁକ୍ତି ମିଳିବା ସହ ପୁଣି ଥରେ ଜୀବନର ମୁଖ୍ୟଶ୍ରୋତକୁ ଫେରିଆସିପାରିବା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ପ୍ରୋଛାହିତ କରାଇଥିଲେ।

ମୁଖ୍ୟବକ୍ତା ଭାବେ ସୁଶାନ୍ତ କୁମାର  ତ୍ରିପାଠୀ , ଜାତୀୟ ପୁରସ୍କାରପ୍ରାପ୍ତ ଯୁବ ସଂଗନର ଯୋଗ ଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ଏକକୈନ୍ଦ୍ରିକ ପରିବାର, ମୋବାଇଲ ର ଅପବ୍ୟବହାର, ସମାଜପ୍ରତି ଦାୟୀତ୍ଵହୀନତା, ରାତାରାତି ବଡଲୋକ ହେବାର ସ୍ବପ୍ନ, ପରିବାରରେ ସଂସ୍କାରର ଅଭାବ ଇତ୍ୟାଦି ଯୋଗୁଁ ଆଜିର ଆଧୁନିକ ସମାଜର ଯୁବଗୋଷ୍ଠୀର ଏହି ନିଶା ପ୍ରତି ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ଠାରୁ ସମସ୍ତ ଜନସାଧାରଣ ଏହି ବିଷୟରେ ସଚେତନ ରହିବା ସହିତ ଏହା ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି ବୋଲି ଅବଗତ କରାଇଥିଲେ।

ବୀଣା ସିଂ, ଏମସିଏଲ ମହିଳା କ୍ଲବର ସଭାନେତ୍ରୀ ମହିଳା ମାନଙ୍କର ଭାଗିଦାରୀ ଦ୍ଵାରା ଏହି ଘାତକ ନିଶା ଦ୍ରବ୍ୟର ଚୋରା ଚାଲାଣ ବନ୍ଦ୍ ହେବା ସହିତ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ମତ ପୋଷଣ କରିଥିଲେ।

ପର୍ଦିପ୍ କୁମାର, ଜିଲ୍ଲା ସଂଯୋଜକ, ନେହେରୁ ଯୁବ କେନ୍ଦ୍ର, ଅନୁଗୋଳ, ଯୁବ ସମାଜକୁ ଏହି ମାରାତ୍ମକ ନିଶା ଠାରୁ ଦୂରେଇ ରହି ନିଜର ସଫଳ ଜୀବନ ଜୀବିକା ପ୍ରତି ଯତ୍ନଶିଳ ହେବାଲାଗି ପରାମର୍ଶ ଦେଇଥିଲେ।

ନାରାୟଣ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଅନୁଗୋଳ ନିଶା ସେବନର ଭୟବହତା ଯଥା ଆତ୍ମହତ୍ୟା, ଚୋରୀ, ଡ଼କାୟତ, ଦୁଷ୍କର୍ମ, ଅକାଳ ମତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ, ପରିବାର ମଧ୍ୟରେ କନ୍ଦଳ, ଇତ୍ୟାଦି ବଢ଼ି ଚାଲିଛି। ତେଣୁ ଏହାର ମୁଲୋତ୍ପାଟନ ଉପରେ ଗୁରୁ୍ୱାରୋପ କରିଥିଲେ।

ଅହିମ୍ସା ଅଲୌକିକା ଉକ୍ତ କାର୍ଯ୍ୟକ୍ରମରେ ସୁମଧୁର ସଙ୍ଗୀତ ପରିବେଶଣ କରିଥିଲେ।

ପ୍ରଶାନ୍ତ କୁମାର ସ୍ବାଇଁ, ଦେବୀପ୍ରସାଦ ମହାପାତ୍ର, ପ୍ରମୋଦ ପାଣଗ୍ରାହୀ, ରାକେଶ କୁମାର ବେହେରା ଏବଂ ଶ୍ରୀନିବାଶ ସାହୁ ପ୍ରମୁଖ ଏକ ନାଟକ ମାଧ୍ୟମରେ ଜନସାଧରଣଙ୍କୁ ଧଳାଜହରର ଅପକାରିତା ସମ୍ବନ୍ଧରେ ସଚେତନତାର  ବାର୍ତ୍ତ। ପ୍ରଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡେରା ଏବଂ ହେନ୍ସମୂଳ ଗ୍ରାମର ୱାର୍ଡ ମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ଯୁବ ସଂଗଠନର ସଦସ୍ୟ, ସେଣ୍ଟ ଜନ ଆମ୍ବୁଲାନ୍ସ ବିଭାଗର କର୍ମକର୍ତ୍ତା, ଗଣମାଧ୍ୟମ ମାନଙ୍କର କର୍ମକର୍ତ୍ତା, ଏମସିଏଲ ମହିଳା ସଂଗଠନର କର୍ମକର୍ତ୍ତା, ଅବକାରୀ ବିଭାଗର କର୍ମକର୍ତ୍ତା, ଡେରା ଏବଂ ହେଂସମୁଲ ଗ୍ରାମର ଗ୍ରାମବାସୀ ମାନେ ଅଂଶଗ୍ରହଣ କରିଥିଲେ।

ସ୍ପନ୍ଦନର ସଦସ୍ୟ ବିଭୁ ପ୍ରସାଦ ଶତପଥୀ ଅତିଥି ପ୍ରଦାନ କରିଥିଲେ, ମନୋରଞ୍ଜନ ଦାଶ ସଭା କାର୍ଯ୍ୟ ପରିଚାଳନା କରିଥିଲେ, ଶିବ ପ୍ରସାଦ ମିଶ୍ର, ଅନିଲ ସାହୁ, ମହର୍ଗ ସାହୁ ସଭା କାର୍ଯ୍ୟରେ ସହଯୋଗ କରିଥିଲେ ଏବଂ ସ୍ପନ୍ଦନର ସଦସ୍ୟ-ସମ୍ପାଦକ ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *