କନ୍ଧମାଳ ଜି ଏନ୍ ଏମ କଲେଜରେ ବିଶ୍ୱ ପରିବେଶ ଦିବସ ପାଳିତ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ୍ ଅନ୍ତର୍ଗତ ଗୁଡ୍ରିସାହିଠାରେ ଥିବା କନ୍ଧମାଲ ଜିଏନଏମ କଲେଜଠାରେ ବିଶ୍ୱ ପରିବେଶ ଦିବସ, ଆଡମ୍ବର ସହକାରେ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ମିଶନ ଲାଇଫ କାର୍ଯ୍ୟକ୍ରମ କ୍ଷେତ୍ର ପ୍ରଚାର ବିଭାଗର ଅନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କନ୍ଧମାଲ ଜିଏନଏମ କଲେଜର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମର ଅତିଥି ଭାବରେ ଫୁଲବାଣୀ ବନଖଣ୍ଡ ରେଞ୍ଜର ଶିବାନନ୍ଦ ଲେଙ୍କା,କ୍ଷେତ୍ରପ୍ରଚାର ଅଧିକାରୀ ସତ୍ୟନାରାୟଣ ନନ୍ଦ,କନ୍ଧମାଲ ଜିଏନଏମ କଲେଜର ମୁଖ୍ୟ ପ୍ରଶାସନିକ ପରିଚାଳକ ତଥା ପରିବେଶବିତ୍ ସନ୍ତୋଷ କୁମାର ମିଶ୍ର ଓ ଅନୁଷ୍ଠାନର ଅଧ୍ୟକ୍ଷା ସଙ୍ଘମିତ୍ରା ସିଂ ବରିଷ୍ଠ ତାଲିମଦାତ୍ରୀ ବନ୍ଦନା ଦିଗାଲ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଏବଂ ଏହାର ଆବଶ୍ୟକତା ତଥା ବିଶ୍ୱର ସୁରକ୍ଷା ଦିଗରେ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ପରେ ସେଠାରେ ଏହି ସମ୍ପର୍କିତ ଏକ କ୍ୱିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରେ ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରେ ଅନୁଷ୍ଠାନର ଚାତ୍ରଛାତ୍ରୀ ମାନଙ୍କ ଦ୍ୱରା ଗୋଟିପୁଅ ନୃତ୍ୟ,ସମ୍ବଲପୁରୀ ନୃତ୍ୟ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *