Kandhamal

ରାଜ୍ୟରେ ୨୦ଟି ଯାଗାରେ ଶିକ୍ଷକଙ୍କ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର, କନ୍ଧମାଳରେ ୧୮

କନ୍ଧମାଳ : ସମଗ୍ର ରାଜ୍ୟରେ ଜାଲ ସାର୍ଟିଫିକେଟ ତଦନ୍ତର ତନାଘନା ଚାଲିଥିବା ବେଳେ ରାଜ୍ୟ ଏଲିମେଂଟାରୀ ଏଜୁକେସନ ନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟରୁ, ରାଜ୍ୟର ୨୦ ଟି ଜିଲ୍ଲାରେ କାର୍ଯ୍ୟରତ ଥିବା ୧୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ପ୍ରମାଣପତ୍ର ଜାଲ ଥିବା ନେଇ, ଗତ ୨୦୧୮ ମସିହାରେ ସଞ୍ଜୟ କୁମାର ମହାରଣାଙ୍କ ଦ୍ୱାରା ଦିଆଯାଇଥିବା ଏକ ଅଭିଯୋଗ (୧୮୭୫୨/୨୦୧୮)କୁ ଭିତି କରି ତଦନ୍ତ କରାଯାଇ ଚାକିରି କରିବା ସମୟରେ ୧୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମାଣପତ୍ର ଗୁଡିକର ଶିକ୍ଷା ଅନୁଷ୍ଠାନ ଗୁଡିକୁ ପଚାରିବାରେ, ସେହି ପ୍ରମାଣପତ୍ର ସବୁ ଜାଲ ବୋଲି ଜଣାପଡିଛି । ତେବେ ଏତେ ଦିନ ଧରି ଏହି ବାବଦରେ ବ୍ଲକ୍ ଶିକ୍ଷାଧିକାରୀ ମାନଙ୍କ ସ୍ତରରେ କାହିଁକି ଅଭିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି କାରଣ ଦର୍ଶାଅ ନୋଟିସ୍ ସମେତ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଏଲିମେଂଟାରୀ ଏଜୁକେସନ ନିର୍ଦ୍ଦେଶକ । ଗତ ୧୮ ତାରିଖରେ ଏକ ନିର୍ଦ୍ଦେଶନାମା ଚିଠି ନମ୍ବର (୧୧୮୭୬) ଅନୁସାରେ ରାଜ୍ୟର ୨୦ଟି ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ତମାଳ ବେହେରା ଥିବାବେଳେ ଜିଲ୍ଲାର ଚକାପାଦ ବ୍ଲକରେ ରଞ୍ଜିତ ପ୍ରଧାନ, ତୁମୁଡିବନ୍ଧର ଉପେନ୍ଦ୍ର ପ୍ରଧାନୀ, ଅରୁଣ କୁମାର ବଳିଆରସିଂ, ନର୍ମଦା ଦିଗାଲ, ରାଜକିଶୋର ପାଟମାଝୀ, ଶ୍ୟାମସୁନ୍ଦର ମୁଠାମାଝୀ, ଜଗଦୀଶ କୁମାର ନାୟକ ଓ ବିରେନ୍ଦ୍ର କୁମାର ମାଝୀଙ୍କ ନାମ ରହିଥିବା ବେଳେ ଜିଲ୍ଲାର ଟିକାବାଲି ବ୍ଲକ ଅଂଚଳରେ ସୁକାନ୍ତ କୁମାର ପ୍ରଧାନ, ବିଶ୍ୱମ୍ବର ପ୍ରଧାନ, ମଦନମୋହନ ପ୍ରଧାନ, ନରେଶ କହଁର, ଅଜିତ କୁମାର ପ୍ରଧାନ, ବେଣୁଧର ପ୍ରଧାନ, ସୌଭାଗ୍ୟ ମହାନ୍ତି ଓ ମିନତୀ ଦେବୀଙ୍କ ସମେତ ମୋଟ ୧୮ ଜଣଙ୍କ ନାମ ରହିଛି । ଏମାନଙ୍କ ସମେତ ରାଜ୍ୟର ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିର, ପୁରୀ, କୋରାପୁଟ, ଝାରସୁଗୁଡ଼ା, ନୂଆପଡା, ବୌଦ୍ଧ, ବାଣପୁର, ଆଠମଲ୍ଲିକ, ଛେଣ୍ଡିପଦା, ଅନୁଗୋଳ, ତରଭା, ବାରକୋଟ, ବସ୍ତା, ବାଲିଆପାଳ, ବାଙ୍କୀ, ତିଗିରିଆ ସମେତ ଅନ୍ୟ ଅଂଚଳ ସମେତ ମୋଟ ୨୦ ଟି ଅଂଚଳର ୧୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ନାମର ତାଲିକା ସଂଲଗ୍ନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button