କେନ୍ଦ୍ରାପଡାରେ ଖୋଲିଲା ମଣ୍ଡି

ଚାଷୀମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଆଜିଠାରୁ ଖୋଲିଲା ଧାନମଣ୍ଡି। କମଧର ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମଣ୍ଡିକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ଓ ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୨୩ ଗୋଟି କୃଷି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯିବ । ଚଳିତ ଋତୁରେ କେନ୍ଦ୍ରାପଡା ଜିଲ୍ଲାରେ ୪୪ ହଜର ୧୬ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୮ ହଜାର ମେଟ୍ରିକ ଟନ ଧାନ କ୍ରୟ ଲକ୍ଷ୍ୟ ରଖାଯାଇଛି। ଅନଲାଇନ ଟୋକନ ପାଇଥିବା ଚାଷୀ ପ୍ରଥମ ପର୍ଯ୍ୟାୟରେ ନିଜ ଧାନ ବିକ୍ରି କରିପାରିବେ । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଷୀ ମାନେ ଧାର୍ଯ୍ୟ କେନ୍ଦ୍ରରେ ଧାନ ବିକ୍ରି କରି ପାରିବେ।

ଧାର୍ଯ୍ୟ ବାରରେ ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଚାଷୀ ମାନେ ଧାନ ବିକ୍ରି କରି ପାରିବେ । ତେବେ ସାଧାରଣ ମାନର ଧାନ କୁଇଟାଲ ପ୍ରତି ୨୩ ଶହ ଟଙ୍କା ଏବଂ ଗ୍ରେଡ ଏ’ ମାନର ଧାନ କୁଇଟାଲ ପ୍ରତି ଦର ୨୩ ଶହ ୨୦ ଟଙ୍କାରେ ସଂଗ୍ରହ କରାଯାଉଛି । ଧାନ ବିକ୍ରି ସମୟରେ ଚାଷୀମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଜିଲ୍ଲା ସ୍ତରୀୟ କଂଟ୍ରୋଲ ରୁମ୍ ରୁ ସହାୟତା ନେଇ ପାରିବେ । ଅନ୍ୟପକ୍ଷରେ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ପାନୀୟ ଜଳ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଯେଭଳି ବଳକା ଧାନ ଜମା ହୋଇନରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଗତବର୍ଷ ୨୭ଟି ମିଲର ଧାନ କ୍ରୟରେ ଅଂଶଗ୍ରହର କରିଥିବା ବେଳେ ଚଳିତ ବର୍ଷ ୨୮ ମିଲର ରହିଛନ୍ତି । ଚଳିତ ୮ ଲକ୍ଷ ୫୩ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *