ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ସମୂହଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣା

Spread the love

କେନ୍ଦ୍ରାପଡ଼ା : ଓଡିଶା ରାଜ୍ୟ ମିଳିତ ଅମଲା ସଂଙ୍ଘର ଡାକରା କ୍ରମେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କେନ୍ଦ୍ରାପଡା ଶାଖାର ଅମଲାମାନେ ସମୂହ ଛୁଟି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଠାରୁ ଧାରଣାରେ ବସିଛନ୍ତି । ଫଳରେ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଲୋକମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଏହି ଧାରଣାରେ ଜିଲ୍ଲା ମିଳିତ ଅମଲା ମଞ୍ଚ, ରାଜସ୍ୱ ଅମଲା ସଂଘ , ରାଜସ୍ୱ ଅମଲା ସଂଘର ମିଳିତ ଅମଲା ସଂଘ, ସବ୍ରେଜିଷ୍ଟର ସଂଘ, ଓଡିଶା ନିଖିଳ ଟ୍ରେଜେରୀ ଅମଲା ସଂଘ ଏବଂ ସମସ୍ତ ଅମଲା ସଂଘର ବହୁ ନେତୃତ୍ୱବୃନ୍ଦ ଓ ସଦସ୍ୟ ଉପସ୍ଥିତ ଥିଲେ । ସରକାରଙ୍କ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିପୋଷଣ କରୁଥିବାର ଅମଲାମାନେ ଅନୁଭବ କରୁଛନ୍ତି । ଏପରିକି ସରକାରଙ୍କୁ ବାରମ୍ବାର ଅନୁରୋଧ ଏବଂ ଦାବିପତ୍ର ଉପସ୍ଥାପନ ପୂର୍ବକ ସରକାର ବହୁ ସମୀକ୍ଷା ପରେ ଅମଲାଙ୍କ ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଅମଲାମାନଙ୍କ କାର୍ଯ୍ୟଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କନିଷ୍ଠ ସହାୟକଙ୍କ ଦରମା ବୃଦ୍ଧି କରିନାହାନ୍ତି । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଗୋଟିଏ ଦାବି କନିଷ୍ଠ ସହାୟକଙ୍କ ଦରମା ଗ୍ରେଡ୍ ପେ ୧୯୦୦(ଲେବୁଲ-୪) ରୁ ଗ୍ରେଡ୍ ପେ ୪୨୦୦(ଲେବୁଲ-୯)କୁ ବୃଦ୍ଧି କରିବା ଓ ସଚିବାଳୟରୁ ବ୍ଲକସ୍ତର ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ପାଇଁ ଏହି ମଂଚରେ ଦାବି ଉପସ୍ଥାପନ କରାଯାଇ ଥିଲା । ଏହି ଧାରଣାରେ ବରିଷ୍ଠ ଉପଦେଷ୍ଟା ଦିବାକର ମହାନ୍ତି, ପ୍ରଦୀପ କୁମାର ଦାଶ, ଅବିନାଶ ଲେଙ୍କା, ବିଶ୍ୱ ପ୍ରକାଶ ଲେଙ୍କା, ସୁକାନ୍ତ କୁମାର ଜେନା, ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ବସନ୍ତ କୁମାର ସାହୁ, ନୃସିଂହ ଚରଣ ପରିଡା, ରିନା ନାଥ, ସିଲି ବେହେରା, ସୁଜାତା ସେଠୀ, ପ୍ରିୟଙ୍କା ସାହାଣୀ ପ୍ରମୁଖ ଏହି ଧାରଣାର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *