ଟାଉନ ପୋଲିସ ପଥପ୍ରାନ୍ତ ପେଟ୍ରୋଲିଂ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ପଥପ୍ରାନ୍ତ  ପେଟ୍ରୋଲିଂ (ଫ୍ଲାଗ ମାର୍ଚ୍ଚ)ବ୍ୟବସ୍ଥା କରାଯାଇଛି । ଟାଉନ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସହରର ମୁଖ୍ୟ ରାସ୍ତା ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡିକୁ ଚାଲିଚାଲି ଜନ ସାଧାରଣଙ୍କୁ ସଚେତନ କରାଉଥିବା ଜଣାପଡିଛି । ଏସ୍‌.ଆଇ ରତୀ ରଞ୍ଜନ ନାୟକ, ଜମାଦାର ଏବଂ ଏପିଆର ଫୋର୍ସ ଓ ଅନ୍ୟ କର୍ମକର୍ତା ମାନେ ଏହି ପଥପ୍ରାନ୍ତ ପେଟ୍ରୋଲିଂରେ ବୁଲୁ ଥିବାର ଦେଖିବାକୁ ମିଳିଛି । ଏପରି ହେବା ଦ୍ୱାରା ବିଭିନ୍ନ ଅନ୍ଧାର ସ୍ଥାନ ଏବଂ କେତେକ ସ୍ଥାନରେ ବସି ଆଡା ଜମାଉଥିବା ଯୁବକ ଓ ଅପରାଧୀ ମାନେ ଭୟଭୀତ ହୋଇ ସ୍ଥାନ ଛାଡି ପଳାଉ ଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *